ନୂଆଦିଲ୍ଲୀ: ସମଗ୍ର ଦେଶ ପାଇଁ ‘ଗୋଟିଏ ଦେଶ, ଗୋଟିଏ ରାସନ୍ କାର୍ଡ’ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ସମୟସୀମା ଧାର୍ଯ୍ୟ କରିଛନ୍ତି। ଏହାକୁ ୨୦୨୦ ଜୁନ୍ ୩୦ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବା ଲାଗି କୁହାଯାଇଛି। କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ରାମ ବିଳାସ ପାଶ୍ବାନ କହିଛନ୍ତି, ୧୦ଟି ରାଜ୍ୟ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। ଆସନ୍ତାବର୍ଷ ଜୁନ୍ ୩୦ ସୁଦ୍ଧା ସବୁ ରାଜ୍ୟ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ରାଜ୍ୟଗୁଡ଼ିକୁ ଚିଠି ଲେଖାଯାଇଛି ବୋଲି ସେ କହିଛନ୍ତି। ଦେଶବ୍ୟାପୀ ଏହି ଯୋଜନା କାର୍ଯ୍ୟକାରୀ ହେଲେ ରାସନ୍ କାର୍ଡରେ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟ ସାମଗ୍ରୀରୁ କେହି ବଞ୍ଚିତ ହେବେ ନାହିଁ। ଜଣେ ବ୍ୟକ୍ତି ଦେଶର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିଲେ ମଧ୍ୟ ସେଠାରେ ଏହି ମଧ୍ୟ ରାସନ କାର୍ଡରେ ଖାଦ୍ୟସାମଗ୍ରୀ ପାଇପାରିବ। ବିଶେଷକରି ଗୋଟିଏ ରାଜ୍ୟକୁ ଅନ୍ୟ ରାଜ୍ୟକୁ ରୋଜଗାର ପାଇଁ ଯାଉଥିବା ଶ୍ରମିକମାନେ ବିଶେଷ ଭାବେ ଉପକୃତ ହେବେ। ଏଥିସହିତ ନକଲି ରାସନକାର୍ଡଧାରୀଙ୍କୁ ଧରିବା ମଧ୍ୟ ସହଜ ହେବ ବୋଲି କୁହାଯାଇଛି।
ଗୋଟିଏ ଦେଶ, ଗୋଟିଏ ରାସନ୍ କାର୍ଡ, ୨୦୨୦ ଜୁନ୍ ୩୦ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2019/06/ration-card.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)