ଲେହେଙ୍ଗାରେ ଲୁଚାଇ ନେଉଥିବା କୋଟିଏ ଟଙ୍କାର ଡ୍ରଗ୍ସ ବେଙ୍ଗାଲୁରୁରୁ ଜବତ

ନୂଆଦିଲ୍ଲୀ: ଏନ୍‌ସିବି ବେଙ୍ଗାଲୁରୁରୁ ପ୍ରାୟ ୩ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ତିନୋଟି ଲେହେଙ୍ଗା ଭିତରେ ଏହାକୁ ଲୁଚାଇ ଅଷ୍ଟ୍ରେଲିଆ ପଠାଯାଉଥିଲା ବୋଲି ଅଧିକାରୀମାନେ କହିଛନ୍ତି। ଏନସିବି ବେଙ୍ଗାଲୁରୁର ଜୋନାଲ ନିର୍ଦ୍ଦେଶକ ଅମିତ ଗାୱାତେଙ୍କ ନେତୃତ୍ୱରେ ଏକ ଟିମ ଗୋଟିଏ ସନ୍ଦେହଜନକ ପାର୍ସଲକୁ ଯାଞ୍ଚ କରିବା ପରେ ସେଥିରେ ଲେହେଙ୍ଗା ଭିତରେ କୋଟିଏରୁ ଅଧିକ ଟଙ୍କାର ଡ୍ରଗ୍ଧ ଠାବ ହୋଇଥିଲା। ଏହି ପାର୍ସଲଟି ଆନ୍ଧ୍ରପ୍ରଦେଶର ନରସାପୁରାମରୁ ଅଷ୍ଟ୍ରେଲିଆକୁ ପଠାଯାଉଥିଲା। ଅଧିକାରୀମାନେ ଉକ୍ତ ପାର୍ସଲ ଉପରେ ନଜର ରଖି ଚେନ୍ନାଇର ଚାଲାଣକାରୀଙ୍କୁ ଚିହ୍ନଟ କରିଥିଲେ। ଚେନ୍ନାଇରେ ଥିବା ଏନସିବି ଟିମ୍‌ ସହିତ ତାଳମେଳ ରଖି ଗତକାଲି ଉକ୍ତ ବ୍ୟକ୍ତିକୁ ଗିରଫ କରାଯାଇଛି। ଏଥିସହ ପାର୍ସଲ ପଠାଇବା ପାଇଁ ନକଲି ଠିକଣା ଏବଂ ଦସ୍ତାବିଜ ବ୍ୟବହାର କରାଯାଉଥିବା ଜଣାପିଡ଼ିଛି।

ସମ୍ବନ୍ଧିତ ଖବର