ହାଇଦ୍ରାବାଦ: ଶତ୍ରୁଙ୍କ ସହ ସଂଘର୍ଷ କରୁ କରୁ ଗୁଳିରେ ସିନା ସହିଦ ହୋଇଗଲେ, କିନ୍ତୁ ରଚିଦେଇଗଲେ ନୂଆ ପରିଚୟ | ସହିଦଙ୍କ ସମ୍ମାନ ପାଇଁ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ କରିଛନ୍ତି ଭିନ୍ନ ଉଦ୍ୟମ | ନବଜାତ ବାଘ ଶାବକଙ୍କୁ ସହିଦଙ୍କ ନାମରେ ନାମିତ କରାଯାଇଛି | ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନର ଏକ ବାଘ ଶାବକର ନାମ ସହିଦ ସନ୍ତୋଷ ବାବୁଙ୍କ ନାମରେ ନାମିତ କରାଯାଇଛି | ମିଳିଥିବା ସୂଚନା ଅନୁଯାୟୀ, ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନର ଏକ ମହାବଳ ବାଘ ଆଶା ନିକଟରେ ୩ଟି ଛୁଆ ଜନ୍ମ ଦେଇଥିଲା | ୩ଟି ଛୁଆଙ୍କ ମଧ୍ୟରୁ ଜଣଙ୍କର ନାମ ଭାରତ-ଚୀନ୍ ସୀମାରେ ସଂଘର୍ଷରେ ପ୍ରାଣ ହରାଇଥିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ନାମରେ ‘ସନ୍ତୋଷ’ ରଖାଯାଇଛି।
Telangana: Asha, a Royal Bengal Tigeress at Nehru Zoological Park, Hyderabad gave birth to 3 cubs during lockdown period, one cub has been named ‘Santosh’ after Col Santosh Babu, who lost his life in clashes on India-China Border, & other two cubs are named ‘Surya’ & ‘Sankalp’. pic.twitter.com/JViwCQGaOZ
— ANI (@ANI) August 15, 2020
ଅନ୍ୟ ଦୁଇଟି ଛୁଆର ନାମ ‘ସୂର୍ଯ୍ୟ’ ଏବଂ ‘ସଂକଳ୍ପ’ ରଖାଯାଇଛି | ଏଠାରେ ସୂଚନା ଥାଉ କି ଗଲବାନ୍ ଘାଟିରେ ଭାରତ ଏବଂ ଚୀନ୍ ସୈନ୍ୟଙ୍କ ଭିତରେ ଘଟିଥିବା ହିଂସାତ୍ମକ ଲଢେଇରେ ଭାରତ ତାର ୨୦ ସୁପୁତ୍ରଙ୍କୁ ହରାଇଥିଲା, ଯେଉଁଥିରେ ଥିଲେ ସହିଦ୍ ସନ୍ତୋଷ ବାବୁ । ତେଲେଙ୍ଗାନାର ସୂର୍ଯ୍ୟାପେଟର ସହିଦ କର୍ଣ୍ଣଲ୍ ସନ୍ତୋଷ ବାବୁ ୧୬ ତମ ବିହାର ରେଜିମେଣ୍ଟର କମାଣ୍ଡିଙ୍ଗ୍ ଅଫିସର୍ ଥିଲେ |