ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ନାଗରିକ ମୃତ, ୫ ଆହତ

ଶ୍ରୀନଗର : ଜମ୍ମୁ କଶ୍ମୀର କୁପୱାଡ଼ା ଜିଲ୍ଲାରେ ପାକ୍‌ ସେନା ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଛି। ପାକ୍‌ ସେନାର ଗୁଳିମାଡ଼ରେ ଜଣେ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ୫ ଜଣ ଆହତ ହୋଇଛନ୍ତି। ଆହତମାନେ ଏବେ ନିକଟସ୍ଥ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। କୁପୱାଡ଼ାର ମଛ୍‌ଲି ସେକ୍ଟର‌ରେ ଆଜି ପାକ୍‌ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଳଂଘନ ହୋଇଥିଲା। ପାକ୍‌ ଗୁଳିମାଡ଼ର ଉଚିତ୍‌ ଜବାବ ଦେଇ ଭାରତୀୟ ସେନା ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର