ଜଳନ୍ଧର: ଜଳନ୍ଧରର ଏମବିଡିବି ବୁକ୍ସ ବିଲ୍ଡିଂ ନିକଟରେ ଥିବା ଏକ ଆମୋନିଆ କାରଖାନାରୁ ଗ୍ୟାସ୍ ଲିକ୍ ହେବା ଯୋଗୁଁ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ ଆଉ କେତେକ ଆହତ ହୋଇଛନ୍ତି । ଏହା ପରେ  ସଂପୃକ୍ତ ଅଂଚଳରେ ଆତଙ୍କ ଖେଳିଯାଇଛି। 

Advertisment

ସୂଚନା ଅନୁସାରେ ଗ୍ୟାସ ଲିକ୍ ହେବା ପରେ କାରଖାନାରେ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା। ପୁଣି ଉଦ୍ଧାର ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଗୁରୁତର ଥିବା ଏସଡିଏମ ବଲବୀର ସିଂହ କହିଛନ୍ତି ।  ପୋଲିସ କମିଶନର ସ୍ୱପ୍ନା ଶର୍ମା ଏବଂ ଏସଡିଏମ ବଲବୀର ରାଜ ସିଂ ମଧ୍ୟ ଏହି ମାମଲାରେ ବୟାନ ଜାରି କରିଛନ୍ତି । 

ଗ୍ୟାସ ଲିକ୍ ହେବା ପରେ କାରଖାନାରେ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା। ପୁଣି ଉଦ୍ଧାର ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଗୁରୁତର ଥିବା ଏସଡିଏମ ବଲବୀର ସିଂହ କହିଛନ୍ତି ।

କାରଖାନାରେ ଗ୍ୟାସ୍ ଲିକ୍ ଘଟଣାରେ ଏସ୍ ଡିଏମ୍-୧ ତଦନ୍ତ ଆରମ୍ଭ କରିଥିବା ଡିସି ହିମାଂଶୁ ଅଗ୍ରୱାଲ ସୂଚନା ଦେଇଛନ୍ତି। ୧୫ ତାରିଖ ସୁଦ୍ଧା ରିପୋର୍ଟ ଉପଲବ୍ଧ ହେବ। ଘଟଣାର କାରଣ ଅନୁସନ୍ଧାନ କରାଯିବ ବୋଲି ଏସଡିଏମ କହିଛନ୍ତି। ଅନ୍ୟ ସ୍ଥାନରେ ଥିବା ବରଫ କାରଖାନାର ମଧ୍ୟ ସୁରକ୍ଷା ଯାଞ୍ଚ କରାଯିବ । ଅନ୍ୟପକ୍ଷରେ ପୁଲିସ କମିସନର ସ୍ୱପ୍ନା ଶର୍ମା କହିଛନ୍ତି ଯେ କାରଖାନାର ଲାଇସେନ୍ସ ଯାଞ୍ଚ କରାଯିବ। କାରଖାନାର ସମସ୍ତ କାଗଜପତ୍ର ଯାଞ୍ଚ କରାଯିବ ଏବଂ ଯଦି କୌଣସି ଅନିୟମିତତା ଦେଖାଯାଏ ତେବେ କାରଖାନା ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।