ନୂଆଦିଲ୍ଲୀ: ତାମିଲନାଡୁର ମଦୁରାଇରେ ମଙ୍ଗଳବାର ଦିନ ଏକ ବେଆଇନ ବାଣ ୟୁନିଟରେ ବିସ୍ଫୋରଣ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଏହି ବିସ୍ଫୋରଣରେ ଆଉ କେତେଜଣ ଆହତ ହୋଇଥିବା ବି ସୂଚନା ରହିଛି।
ସୂଚନାଯୋଗ୍ୟ, ପ୍ରବୀଣ ନାମକ ଜଣେ ବ୍ୟକ୍ତିଙ୍କ ମାଲିକାନାରେ ଥିବା ଏକ ବେଆଇନ ୟୁନିଟରେ ଏହି ଦୁର୍ଘଟଣା ଘଟିଛି। ବିନା ଅନୁମତିରେ ଏହି ବାଣ ୟୁନିଟ୍ ଚାଲୁଥିବା କୁହାଯାଉଛି ।
ଏକ କୋଠାର ଛାତ ଉପରେ ଏହି ବିସ୍ଫୋରଣ ଘଟିଥିଲା ​​। ଏହି ବିସ୍ଫୋରଣ ଶବ୍ଦ ଶୁଣି ଆଖପାଖ ଅଞ୍ଚଳର ଲୋକ ଭୟଭୀତ ହୋଇ କ’ଣ ହେଲା କହି ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସଙ୍ଗେସଙ୍ଗେ ଏହି ବିସ୍ଫୋରଣ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ।
ଏଥିସହିତ ଗୁରୁତର ଆହତ ଲୋକଙ୍କୁ ଉଦ୍ଧାର କରି ମଦୁରାଇ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏହି ବିସ୍ଫୋରଣରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ପୁଲିସ ଘଟଣାର ତଦନ୍ତ କରୁଛି ଏବଂ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Untitled-1-copy-63.jpg)