ମୁମ୍ବାଇ : ମୁମ୍ବାଇର ଘଟକୋପୁର ଅଞ୍ଚଳରେ ପରଖ ହସ୍ପିଟାଲ ନିକଟସ୍ଥ ଜୁନୋସ୍ ପିଜା ରେସ୍ତୋରାଁରେ ଅଗ୍ନିକାଣ୍ଡ ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଏବଂ ୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣ ପୁଲିସ ଅଛନ୍ତି। ଅପରାହ୍ନ ୨ଟାରେ ନିଆଁ ଲାଗିଥିବା ଖବର ପାଇ ସଙ୍ଗେସଙ୍ଗେ ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିନେଇଥିଲେ। ଜୁନୋସ ପିଜା ହୋଟେଲର ଇଲେକଟ୍ରିକ ମିଟର ରୁମ୍ରେ ଏହି ଅଗ୍ନିକାଣ୍ଡ ହୋଇଛି। ରେସ୍ତୋରାଁରେ ଅଗ୍ନିକାଣ୍ଡ ଯୋଗୁଁ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପ୍ରାୟ ୨୨ ଜଣ ରୋଗୀ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା କହିଥିଲେ। ଫଳରେ ସେମାନଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp