ସଂସଦ ପାଖରେ ବୁଲୁଥିବା ସନ୍ଦିଗ୍ଧକୁ ପଚରାଉଚୁରା ଜାରି

ନୂଆଦିଲ୍ଲୀ: ପାର୍ଲାମେଣ୍ଟ ନିକଟରେ ବୁଲୁଥିବା ଜଣେ ଯୁବକଙ୍କୁ ଦିଲ୍ଲୀ ପୁଲିସ ବୁଧବାର ଦିନ ହେପାଜତକୁ ନେଇ ପଚରାଉଚୁରା କରୁଛି | ତେବେ ଏ ପର୍ଯ୍ୟନ୍ତ ଯୁବକ ଜଣକ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିବାବେଳେ ଦିଲ୍ଲୀ ପୁଲିସ ଡିସିପି ଡ. ଇଶ ସିଙ୍ଗଲ କହିଛନ୍ତି ଯେ ତଦନ୍ତ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏହି ଯୁବକଙ୍କ ନିକଟରୁ ଦୁଇଟି ପରିଚୟ ପତ୍ର ଜବତ କରାଯାଇଛି | ଯେଉଁ ଦୁଇଟିରେ ଅଲଗା ଅଲଗା ନାମ ରହିଛି | ଦିଲ୍ଲୀ ପୁଲିସ ବର୍ତ୍ତମାନ ତାଙ୍କ ବିରୋଧରେ ଅପରାଧିକ ମାମଲା ଅଛି କି ନାହିଁ? ଏହା ମଧ୍ୟ ଅନୁସନ୍ଧାନ କରୁଛି |

ଏହି ଯୁବକଙ୍କ ଘର ଜମ୍ମୁକାଶ୍ମୀରର ଵଟଗାଓଁ ହୋଇଥିବାବେଳେ ଗତକାଲି ସଂସଦର ବିଜୟ ଛକ ନିକଟରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବାବେଳେ ତାଙ୍କୁ ଅଟକ ରଖାଯାଇଥିଲା | ସେଠାରେ ମୃତୟନ ଥିବା ସିଆରପିଏଫ ଯବାନମାନେ ତାଙ୍କୁ ଅଟକ ରଖି ସଂସଦ ଭବନରେ ଥିବା ଥାନାରେ ହସ୍ତାନ୍ତର କରିଥିଲେ |

ଦିଲ୍ଲୀ ପୁଲିସ ସମେତ ବିଭିନ୍ନ ସୁରକ୍ଷା ଏଜେନ୍ସି ତାଙ୍କୁ ସଂସଦ ଭବନ ପୁଲିସ ଷ୍ଟେସନରେ ରଖି ପଚରାଉଚରା କରୁଛନ୍ତି। କେଉଁ ଉଦ୍ଦେଶ୍ୟରେ ସେ ପାର୍ଲାମେଣ୍ଟ ବାହାରେ ବୁଲୁଥିଲେ ଓ କାହିଁକି ତାଙ୍କର ଦୁଇଟି ନାମ ରହିଛି ସେ ବାବଦରେ ପ୍ରଶ୍ନ କରାଯାଉଛି |

ସମ୍ବନ୍ଧିତ ଖବର