ମୋରେନା: ମଧ୍ୟପ୍ରଦେଶରେ ଆଜି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି। ଗୋଟିଏ ପରିବାରରେ ୧୫ ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ସୂଚନାନୁଯାୟୀ ମଧ୍ୟପ୍ରଦେଶର ଗ୍ଵାଲିୟର ଜିଲ୍ଲାର ଗୋଟିଏ ପରିବାରରୁ ପ୍ରାୟ ୨୦ ଜଣ ସଦସ୍ୟ ଆଜି ସେମାନଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଜିପ୍ରେ ଯାଉଥିଲେ। ଜଣେ ସମ୍ପର୍କୀୟଙ୍କ ଶେଷକୃତ୍ୟରେ ଯୋଗଦେବାକୁ ଆଜି ସମସ୍ତେ ଘୁରଗାନ ଗ୍ରାମକୁ ବାହାରିଥିଲେ। କିନ୍ତୁ ବାଟରେ ଗଞ୍ଜରାମପୁର ଗ୍ରାମ ନିକଟରେ ସେମାନଙ୍କ ଜିପ୍କୁ ଏକ ଟ୍ରାକ୍ଟର ଧକ୍କା ଦେବା ଫଳରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୫ ଜଣ ଗୁରୁତର ଆହତ ହୋଇଛନ୍ତି।
ଗୋଟିଏ ପରିବାରର ୧୫ ମୃତ
/sambad/media/post_attachments/wp-content/uploads/2018/06/dead-karnataka_thinkstock_759.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)