ଇସଲାମାବାଦ: ପାକିସ୍ତାନର ସିନ୍ଧ ପ୍ରଦେଶରେ ଜଣେ ୧୩ ବର୍ଷର ଝିଅକୁ ଜୋରଜବରଦସ୍ତ ମଦ ପିଆଇ ଦୁଷ୍କର୍ମ କରାଯାଇଥିବାର ମାମଲା ସାମ୍ନାକୁ ଆସିଛି | ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି | ମିଳିଥିବା ସୂଚନା ମୁତାବକ ନିଜ ଘର ପାଇଁ କିଛି ଜିନିଷ କିଣିବାକୁ ଝିଅଟି ଯାଇଥିବାବେଳେ ୨ ଜଣ ଅଭିଯୁକ୍ତ ଝିଅଟିକୁ ଜବରଦସ୍ତ ମଦ ପିଆଇଦେଇଥିଲେ |
ଏହାପରେ ତା ସହ ଦୁଷ୍କର୍ମ କରିଥିଲେ | ପିଡୀତା ଜଣକ ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ | ପାଖରେ ଥିବା ଏକ ଚିନିକଳ ନିକଟରୁ ବେହୋସ ଅବସ୍ଥାରେ ଝିଅକୁ ଉଦ୍ଧାର କରଯାଇଥିଲା | ଏହାପରେ ପିଡୀତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ | ପୋଲିସ ତଦନ୍ତ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି |
ଏବେ ଗୁରୁତର ଅବସ୍ଥାରେ ପିଡୀତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ପୋଲିସ ତାହାର ତଦନ୍ତ କରୁଛି |