ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀସ୍ଥିତ ରୋହିଣୀ କୋର୍ଟରେ ଗୋଟାଏ ବୋମା ବିସ୍ଫୋରଣ ଘଟି ଜଣେ ପୁଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଛି।
ବୋମା ବିସ୍ଫୋରଣ ପରେ ଅଦାଲତରେ ସମସ୍ତ ବିଚାର କାର୍ଯ୍ୟ ବାତିଲ କରାଯିବା ସହ ସବୁ ଫାଟକ ବନ୍ଦ କରିଦିଆଯାଇଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।
କୋର୍ଟରୁମ୍ ୧୦୨ରେ ଗୋଟାଏ ଲାପ୍ଟପ୍ ବିସ୍ଫୋରଣ ହୋଇଥିବା କଥା ପ୍ରଥମେ ଧରିନିଆଯାଇଥିଲେ ବି ଦିଲ୍ଲୀ ପୁଲିସର ବିଶେଷସୂତ୍ର ସୁନିଶ୍ଚିତ କରିଛି ଯେ, ତାହା ଥିଲା ନିମ୍ନ-ତୀବ୍ରତା ସମ୍ପନ୍ନ ବୋମା ବିସ୍ଫୋରଣ। ଘଟଣାସ୍ଥଳରୁ ଗୋଟାଏ ‘ଆଇଇଡି’ ଏବଂ ଟିଫିନ୍ ଭଳି ଜିନିଷ ଉଦ୍ଧାର କରାଯାଇଛି।
Image Courtesy of India Todayଏ ସଂକ୍ରାନ୍ତରେ ବିବୃତି ଦେଇ ଦିଲ୍ଲୀ ପୁଲିସ କହିଛି, ସକାଳ ପ୍ରାୟ ୧୦.୩୦ରେ ରୋହିଣୀ କୋର୍ଟ ପରିସରରେ ଗୋଟାଏ ନିମ୍ନ ତୀବ୍ରତାସମ୍ପନ୍ନ ଲେପି ବ୍ୟାଗ୍ ବିସ୍ଫୋରଣ ଘଟିଛି। ବିସ୍ଫୋରଣସ୍ଥଳକୁ ‘କର୍ଡନ୍ ଅଫ୍’ କରାଯାଇଛି। ଫୋରେନ୍ସିକ୍ ଏବଂ ‘ଏନ୍ଏସ୍ଜି’ ଟିମ୍ ଘଟଣାର ତଦନ୍ତ ଓ ପରୀକ୍ଷା କରୁଛନ୍ତି।
ଦିଲ୍ଲୀ ପୁଲିସର ସ୍ପେସାଲ୍ ସେଲ୍ ଘଟଣାର ତଦନ୍ତ କରୁଛି। ଆଇନ-ଶୃଙ୍ଖଳାର ସ୍ବତନ୍ତ୍ର ପୁଲିସ କମିସନର୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ‘ଜାତୀୟ ନିରାପତ୍ତା ରକ୍ଷୀ’ ଟିମ୍କୁ ମଧ୍ୟ ଡକାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/bomb.jpg)