ମିଛ ତଥ୍ୟ ଦେଇ ବିଧବା ମହିଳାଙ୍କୁ ଜାଲରେ ପକାଉଥିବା ନକଲି ପୁଲିସ ଅଫିସର ଗିରଫ

ନୂଆଦିଲ୍ଲୀ: ବିବାହ ୱେବସାଇଟରେ ମିଛ ତଥ୍ୟ ଦେଇ ବିବାହ କରୁଥିବା ଜଣେ ଠକକୁ ପୁଲିସ ଗିରଫ କରିଛି | ନିଜକୁ ଜଣେ ପୁଲିସ ଅଫିସର ବୋଲି ପରିଚୟ ଦେଇ ଏହି ଠକ ଜଣକ ଛାଡପତ୍ର ପାଇଥିବା ମହିଳାଙ୍କୁ ନିଜ ଜାଲରେ ଫସାଉଥିଲା | ସେମାନଙ୍କୁ ମିଠା ମିଠା କଥା କହି ଓ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖୁଥିଲା | ଏଭଳି ଏକ ଅଭିଯୋଗ ପାଇବା ପରେ ପୁଲିସ ପିୟୁଷ ପ୍ରିୟ ନାମକ ଯୁବକକୁ ଗିରଫ କରିଛି |

ତା ପାଖରୁ ନକଲି ଆଧାର କାର୍ଡ, ନକଲି ପରିଚୟ ପତ୍ର ଓ ଷ୍ଟାମ୍ପ ପେପର ଜବତ କରିଛି | ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ଯୁବକର ଘର ବିହାରର ଭାଗଲପୁରରେ ହୋଇଥିବାବେଳେ ଦିଲ୍ଲୀର ନ୍ୟୁ ଅଶୋକ ଅଞ୍ଚଳରେ ରହୁଥିଲା | ନିଜକୁ ଜଣେ ଏସିପି ପରିଚୟ ଦେଇ ରାତିସାରା ଚାଟିଙ୍ଗ କରୁଥିଲା | ଏହା ସହ ମାଟ୍ରିମୋନିଆଲ ସାଇଟରେ ବିଧବା ମହିଳାଙ୍କୁ ଟାର୍ଗେଟ କରୁଥିଲା |

ସେମାନଙ୍କ ଜୀବନ ସଜାଡ଼ିଦେବାର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖୁଥିଲା | ପରେ ବିଭିନ୍ନ ବାହାନା ଦେଖାଇ ସେମାନଙ୍କୁ ଛାଡିଦେଉଥିଲା | ଏହି ଘଟଣା ବାବଦରେ ଜଣେ ମହିଳା ଥାନାରେ ଅଭିଯୋଗ କରିଥିଲେ | ପୁଲିସ ଏହାକୁ ନେଇ ମାମଲା ରୁଜୁ କରିବା ସହ ତଦନ୍ତ କରି ପିୟୁଷଙ୍କୁ ଗିରଫ କରିଥିଲା |

ସମ୍ବନ୍ଧିତ ଖବର