ଜଣଙ୍କୁ କୀର୍ତ୍ତିଚକ୍ର, ୯ ଜଣଙ୍କୁ ଶୌର୍ଯ୍ୟ ଚକ୍ର ପୁରସ୍କାର

ନୂଆଦିଲ୍ଲୀ : ୭୪ତମ ସ୍ବାଧୀନତା ଦିବସ ଅବସରରେ ଜମ୍ମୁ-କାଶ୍ମୀର ପୁଲିସ କନଷ୍ଟେବଳ ଅବଦୁଲ ରସିଦ କଲାସଙ୍କୁ ମରଣୋତ୍ତର ଭାବେ ‘କୀର୍ତ୍ତିଚକ୍ର’ ପୁରସ୍କାର ପ୍ରଦାନ କରାଯିବ ବୋଲି ଆଜି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସେହିଭଳି ୯ ଜଣ ପୁଲିସ ଅଧିକାରୀଙ୍କୁ ‘ଶୌର୍ଯ୍ୟ ଚକ୍ର’ ପୁରସ୍କାର ପ୍ରଦାନ କରାଯିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଲେଫ୍ଟନାଣ୍ଟ କର୍ଣ୍ଣେଲ କ୍ରିଷନ୍‌ ସିଂହ ରାୱତ, ମେଜର ଅନିଲ ଉର୍ସ, ହାବିଲଦାର ଆଲୋକ କୁମାର ଦୁବେ, ୱିଙ୍ଗ କମାଣ୍ଡର ବିଶାଖ ‌ନାୟାର, ଜମ୍ମୁ-କାଶ୍ମୀର ପୁଲିସ ଡିଆଇଜି ଅମିତ କୁମାର, ସିଆଇଏସ୍‌ଏଫ୍‌ ସବ୍‌ ଇନିସପେକ୍ଟର ମହାବୀର ପ୍ରସାଦ ଗୋଦାରା (ମରଣୋତ୍ତର), ସିଆଇଏସ୍‌ଏଫ୍‌ ହେଡ୍‌ କନଷ୍ଟେବଳ ଏରନ୍ନା ନାୟକ (ମରଣୋତ୍ତର), ସିଆଇଏସ୍‌ଏଫ୍‌ କନଷ୍ଟେବଳ ମହେନ୍ଦ୍ର କୁମାର ପାଶ୍ବାନ (ମରଣୋତ୍ତର) ଏବଂ ସିଆଇଏସ୍‌ଏଫ୍‌ କନଷ୍ଟେବଳ ସତିଶ ପ୍ରସାଦ କୁଶାୱା (ମରଣୋତ୍ତର)ଙ୍କୁ ଶୌର୍ଯ୍ୟ ଚକ୍ର ପୁରସ୍କାର ପ୍ରଦାନ କରାଯିବ। ସେହିଭଳି ୫ ଜଣଙ୍କୁ ‘ବାର୍‌ ଟୁ ସେନା ମେଡାଲ’ ୬୦ ଜଣଙ୍କୁ ସେନା ମେଡାଲ, ୪ ଜଣଙ୍କୁ ‘ନାନୋ ସେନା ମେଡାଲ୍‌’ ଏବଂ ୫ ଜଣଙ୍କୁ ‘ବାୟୁ ସେନା ମେଡାଲ୍‌’ ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର