କଶ୍ମୀରରେ ପୁଣି ଜଣେ ପଣ୍ଡିତଙ୍କ ହତ୍ୟା, ଜଣେ ଆହତ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରେ ଆଉ ଜଣେ ପଣ୍ଡିତଙ୍କ ହତ୍ୟା କରିଛନ୍ତି  ଆତଙ୍କବାଦୀ । ମଙ୍ଗଳବାରଦିନ ସୋପିଆନ ଜିଲ୍ଲାରେ ରହୁଥିବା ୪୫ ବର୍ଷୀୟ କଶ୍ମୀର ପଣ୍ଡିତ ସୁନୀଲ କୁମାର ଭଟ୍ଟଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ଏହି ଆକ୍ରମଣରେ ତାଙ୍କ ସାନ ଭାଇ ପିଣ୍ଟୁ କୁମାର ଭଟ୍ଟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସୁରକ୍ଷା ବାହିନୀ ପକ୍ଷରୁ ଘଟଣାସ୍ଥଳକୁ ସିଲ କରାଯାଇଛି ଓ ସର୍ଚ୍ଚ ଅପରେସନ ଜାରି ରହିଛି ।

ବାରମ୍ବାର ପଣ୍ଡିତ୍ ମାନଙ୍କୁ ଟାର୍ଗେଟ୍ କରାଯାଉଥିବାରୁ ସ୍ଥାନୀୟ ହିନ୍ଦୁ ଓ କେତେକ ବିଜେପି କର୍ମୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏହି ଘଟଣାକୁ ବିଭିନ୍ନ ରାଜନୈତିକ ଦଳ ନିନ୍ଦା କରିଛନ୍ତି । ଜମ୍ମୁ ଓ କଶ୍ମୀର ପିପୁଲ୍ସ କନଫରେନ୍ସର ମୁଖ୍ୟ ସଜ୍ଜାଦ ଲୋନ ଏହି ଘଟଣାକୁ ନିନ୍ଦା କରି କହିଛନ୍ତି “ସୋପିଆନରେ କାପୁରୁଷ ଆତଙ୍କବାଦୀମାନଙ୍କର ଆଉ ଏକ ଘୃଣ୍ୟ କାର୍ଯ୍ୟ । ଏହାକୁ ଆମେ ନିନ୍ଦା କରୁଛୁ । ପରିବାରଲୋକଙ୍କପ୍ରତି ମୋର ସମବେଦନା ।“

ସେହିପରି ଏହି ଘଟଣାକୁ ନିନ୍ଦା କରି ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓଓ୍ବେସୀ ନିନ୍ଦା କରି କହିଛନ୍ତି ଯେ ସରକାର କହୁଥିଲେ ଧାରା ୩୭୦ ହଟିଲେ ଆତଙ୍କବାଦ ଲୋପପାଇବ । କିନ୍ତୁ କଶ୍ମୀର ପଣ୍ଡିତମାନେ ଅସୁରକ୍ଷିତ ହୋଇଯାଇଛନ୍ତି । ବିଜେପି ଦ୍ବାରା ନିଯୁକ୍ତ ଉପରାଜ୍ୟପାଳ ଓ ମୋଦୀ ସରକାର ଉଭୟେ ବିଫଳ ହୋଇଛନ୍ତି । ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ମୁହଁ ଖୋଲନ୍ତୁ ।

 

ସମ୍ବନ୍ଧିତ ଖବର