ଗୁଗୁଲରେ କେଦାରନାଥରେ ହୋଟେଲ ଖୋଜୁ ଖୋଜୁ ଆକାଉଣ୍ଟରୁ ଉଡ଼ିଗଲା ଲକ୍ଷେ ଟଙ୍କା

ନୂଆଦିଲ୍ଲୀ: ଗୁଗୁଲରେ କେଦାରନାଥରେ ଏକ ହୋଟେଲ ଖୋଜିବା ଜଣେ ମହିଳାଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି | ଜଣେ ୩୬ ବର୍ଷ ବର୍ଷୀୟ ମହିଳା ହ୍ବାଟସଆପ୍ ସ୍କାମର ଶିକାର ହୋଇଥିବାବେଳେ ସ୍କାମରମାନେ ହୋଟେଲ ବୁକିଂ ପାଇଁ ଅଗ୍ରୀମ ଦେୟ ବାହାନା କରି ଏକାଧିକ କ୍ୟୁଆର କୋଡ୍ ସେୟାର କରି ମୋଟ ୯୫ ହଜାର ଟଙ୍କା ଲୁଟିନେଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ନୋଏଡା ସେକ୍ଟର ୧୧୩ ପୁଲିସ ଷ୍ଟେସନରେ ଏହି ଠକେଇ ନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି | ଅପରାଧୀଙ୍କୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି। ୨୫ ଜୁଲାଇରେ ଏହି ଅଭିଯୋଗ କରାଯାଇଥିଲା। ବାସ୍ତବରେ ନୋଏଡା ସେକ୍ଟର -୭୫ରେ ରହୁଥିବା ମହିଳା ଜଣକ କେଦାରନାଥ ଯିବା ପାଇଁ ଟ୍ରେନ ଓ ହୋଟେଲ ଖୋଜିଥିଲେ | ସନ୍ଧାନ କରିବାର କିଛି ଦିନ ପରେ, ଏକ ଅଜ୍ଞାତ ନମ୍ବରରୁ ତାଙ୍କ ନିକଟକୁ ଫୋନ କଲ ଆସିଥିଲା |

ଯେଉଁଥିରେ ଠକ ଜଣକ ନିଜକୁ କେଦାରନାଥରେ ଏକ ହୋଟେଲର ପ୍ରତିନିଧୀ ଭାବରେ ପରିଚୟ ଦେଇଥିଲେ ​​| ଏହି ଠକ ଜଣକ ମହିଳାଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ହୋଟେଲର ଚିତ୍ର ଓ ସୁବିଧା ସମେତ ଅନ୍ୟାନ୍ୟ ବିବରଣୀ ସେୟାର କରିଥିଲେ। ଏହା ପରେ ସ୍କାମର ମହିଳାଙ୍କୁ ୨୦୦୦ ଟଙ୍କା ଅଗ୍ରୀମ ଦେୟ ଦେବାକୁ କହିଥିଲେ। ତା’ପରେ ଠକ ଜଣକ ହ୍ଵାଟ୍ସଆପରେ ଏକ କ୍ୟୁଆର କୋଡ୍ ପଠାଇଥିଲେ | କିନ୍ତୁ ଯେତେବେଳେ ସେ ଦେୟ ପ୍ରଦାନ କଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଆକାଉଣ୍ଟରୁ ବାରମ୍ବାର ଟଙ୍କା କଟିଯାଇଥିଲା | ଏଭଳି ଭାବରେ ତାଙ୍କ ଆକାଉଣ୍ଟରୁ ପ୍ରାୟ ୯୬ ହଜାର ଟଙ୍କା କଟିଯାଇଥିଲା | ଯେତେବେଳେ ମହିଳା ଜଣକ ଜାଣିଲେ ଯେ ସାଇବର ଠକ ତାଙ୍କୁ ଠକିଛନ୍ତି, ସେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି |

ସମ୍ବନ୍ଧିତ ଖବର