ଖୁବ ଶୀଘ୍ର ଆସିବ ୧ ଲକ୍ଷ ଟଙ୍କିଆ ନୋଟ, ଯେଉଁଥିରେ କିଣିହେବ ମାତ୍ର ୨ କିଲୋ ଆଳୁ

କାରାକାଶ: ଖୁବ ଶୀଘ୍ର ବଜାରକୁ ଆସିବାକୁ ଯାଉଛି ୧ ଲକ୍ଷ ଟଙ୍କିଆ ନୋଟ | ତେବେ ଭାରତରେ ନୁହେଁ ବରଂ ଭେନେଜୁଏଲାରେ ଏହି ନୋଟ ଆସିବାକୁ ଯାଉଛି | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଏକ ଲକ୍ଷ ଟଙ୍କିଆ ନୋଟ ନେଇ ବଜାରକୁ ଗଲେ ଜଣେ କେବଳ ୨ କିଲୋ ଆଳୁ ହିଁ କିଣିପାରିବେ | ପୂର୍ବରୁ ଆର୍ଥିକ କ୍ଷେତ୍ରରେ ସ୍ଵଛଳ ଥିବା ଭେନେଜୁଏଲାର ସ୍ଥିତି ବର୍ତ୍ତମାନ ସଂଗୀନ ହୋଇପଡିଛି | ବର୍ତ୍ତମାନ ଏହି ଦେଶର ମୁଦ୍ରାସ୍ଫୀତି ହାର ଏତେ ଅଧିକ ଯେ ଲୋକମାନେ ଏକ କପ୍ ଚା କିମ୍ବା କଫି ପାଇଁ ବ୍ୟାଗ୍ ଭର୍ତ୍ତି କରି ନୋଟ୍ ନେବାକୁ ବାଧ୍ୟ ହେଉଛନ୍ତି | ଏହି ସମସ୍ୟାକୁ ଦୂର କରିବା ପାଇଁ ଭେନେଜୁଏଲା ସରକାର ପୁଣି ଥରେ ଏକ ବଡ ନୋଟ୍ ଜାରି କରିବାକୁ ଯାଉଛନ୍ତି।

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଭେନେଜୁଏଲାର କେନ୍ଦ୍ରୀୟ ବ୍ୟାଙ୍କ ବର୍ତ୍ତମାନ ୧୦୦,୦୦୦ ବଲିଭର୍ ନୋଟ୍ ଜାରି କରିବାକୁ ଯାଉଛି। ଏହା ସର୍ବଠାରୁ ଅଧିକ ମୂଲ୍ୟର ନୋଟ ହେବ | ତେବେ, ଏକ ଲକ୍ଷ ବଲିଭର୍ ନୋଟର ମୂଲ୍ୟ ମାତ୍ର ୦.୨୩ ଡଲାର ହେବ | ଏହାର ଅର୍ଥ ହେଉଛି ସେଠାକାର ଲୋକ ଏକ ଲକ୍ଷ ଟଙ୍କିଆ ନୋଟ ନେଲେ କେବଳ ଦୁଇ କିଲୋ ଆଳୁ କିଣିବାକୁ ସକ୍ଷମ ହେବେ ।

ଗତ ବର୍ଷ ଭେନେଜୁଏଲାରେ ମୁଦ୍ରାସ୍ଫୀତି ୨୪୦୦ ପ୍ରତିଶତ ଥିଲା। ଏହାପୂର୍ବରୁ, ଭେନେଜୁଏଲା ସରକାର ୫୦,୦୦୦ ଟଙ୍କିଆ ବଲିଭର୍ ନୋଟ୍ ଛାପିଥିଲେ। ବର୍ତ୍ତମାନ ଭେନେଜୁଏଲା ଆହୁରି ବଡ ନୋଟ୍ ଆଣିବାକୁ ପ୍ରସ୍ତୁତ ହେଉଛି। କ୍ରମାଗତ ସପ୍ତମ ବର୍ଷ ପାଇଁ ଭେନେଜୁଏଲାର ଅର୍ଥନୀତି ବିମୁଦ୍ରାକରଣର ସମ୍ମୁଖୀନ ହୋଇଛି। କରୋନା ମହାମାରୀ ଏବଂ ତୈଳରୁ ରାଜସ୍ୱ ହ୍ରାସ ହେତୁ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ବୃଦ୍ଧି ପାଉଛି |

ସମ୍ବନ୍ଧିତ ଖବର