ସୀମାରୁ ଗୋଟିଏ ସମସ୍ୟା କମ ହେଲା : ଲଦାଖରେ ସୈନ୍ୟ ପ୍ରତ୍ୟାହାର ସଂପର୍କରେ ଜୟଶଙ୍କରଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ :  ଲଦାଖର ଗୋଗ୍ରା-ହଟସ୍ପ୍ରିଙ୍ଗସ୍ଥିତ ପାଟ୍ରୋଲ ପଏଣ୍ଟ-୧୫ରୁ ଭାରତ ଓ ଚୀନ ସୈନ୍ୟ ପ୍ରତ୍ୟାହାର କରିବା  ସଂପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର । ସେ କହିଛନ୍ତି ଯେ, ସୀମାରୁ ଗୋଟିଏ ସମସ୍ୟା କମିଗଲା ।

ଫ୍ରାନ୍ସର ବିଦେଶ ମନ୍ତ୍ରୀ କ୍ୟାଥେରିନ କଲୋନାଙ୍କ ସହ ବୈଠକ ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ବେଳେ ସେ ଏକଥା କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ କେତେକ ପ୍ରସଙ୍ଗ ଯେପରିକି ଇଣ୍ଡୋ-ପାସିଫିକ୍, ୟୁକ୍ରେନ ଯୁଦ୍ଧ, ଆଫଗାନିସ୍ତାନ ଆଦି ପ୍ରସଙ୍ଗରେ ବି ମତ ରଖିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଅନ୍ତର୍ଜାତୀୟ ମଞ୍ଚରେ ଫ୍ରାନ୍ସ ସବୁବେଳେ ଭାରତର ଚିନ୍ତା ଓ ସ୍ବାର୍ଥକୁ ଗୁରୁତ୍ବ ଦେଇଆସିଛି ।

ସୂଚନାଯୋଗ୍ୟ ଯେ ଭାରତ ଓ ଚୀନ  ସେନା ମଧ୍ୟରେ ହୋଇଥିବା ସହମତି ଅନୁସାରେ ଗତ ୮ ତାରିଖରୁ ଏହି ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହୋଇଥିଲା ଓ ୧୨ ତାରିଖରେ ଶେଷ ହୋଇଥିଲା । ମଙ୍ଗଳବାରଦିନ ଉଭୟ ଦେଶର ସେନା ପକ୍ଷରୁ ପରସ୍ପରର ସୈନ୍ୟ ପ୍ରତ୍ୟାହାରର ପର୍ଯ୍ୟବେକ୍ଷଣ କରାଯାଇଥିଲା । ଏହା ସହିତ ସୈନ୍ୟପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଥିଲା । ଗତ ୨୦୨୦ ଜୁନ ମାସରେ ଲଦାଖର ଗଲଓ୍ବାନ ଉପତ୍ୟାକାରେ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ହେବା ପରେ ଉଭୟ ଦେଶର ସେନା ଲଦାଖର ବିଭିନ୍ନ ଅଂଚଳରେ ଆମନା ସାମନା ରହିଥିଲେ ।

 

 

ସମ୍ବନ୍ଧିତ ଖବର