ପାଟନା: ବିହାରର ପାଟନା ସାହେବ ଲୋକସଭା ଆସନରୁ ବିଜେପି ଟିକଟ୍ ନ ମିଳିବା ଫଳରେ କଂଗ୍ରେସରେ ଯୋଗ ଦେଇ ସେହି ଆସନରୁ ପ୍ରାର୍ଥୀ ହୋଇଥିବା ଶତ୍ରୁଘ୍ନ ସିହ୍ନା ବିଜେପି ବିରୋଧରେ କଡ଼ା ସମାଲୋଚନା ଜାରି ରଖିଛନ୍ତି। ସେ ବିହାରର ବୈଶାଳୀଠାରେ ମହମେଣ୍ଟ ପକ୍ଷରୁ ଆୟୋଜିତ ଏକ ରୢାଲିରେ ଉଦବୋଧନ ଦେଇ କହିଛନ୍ତି। ଯେ ବିଜେପି ଏବେ ‘ଏକକ ଅଭିନୟ ପ୍ରଦର୍ଶନ’ରେ ଚାଲିଛି। ପ୍ରଧାନମନ୍ତ୍ରୀ ମୋଦୀ ହତାଶ ହୋଇ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଟାର୍ଗେଟ୍ କରୁଛନ୍ତି ବୋଲି ଶତ୍ରୁଘ୍ନ କହିଛନ୍ତି। ସେ କହିଛନ୍ତି ଯେ ବିଜେପିରେ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀଙ୍କ ଭଳି ନେତାଙ୍କ ଅବସ୍ଥା ଦେଖି ସେ କଂଗ୍ରେସରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ବିରୋଧ କରି ଆସିଥିବାରୁ ତାଙ୍କୁ ଟିକଟ ଦିଆଗଲା ନାହିଁ ବୋଲି ସେ କହିଛନ୍ତି।
ବିଜେପିରେ ‘ଏକକ ଅଭିନୟ ପ୍ରଦର୍ଶନ’ ଚାଲିଛି: ଶତ୍ରୁଘ୍ନ ସିହ୍ନା
/sambad/media/post_attachments/wp-content/uploads/2019/05/shatrughan-sinha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)