କାଶ୍ମୀରରେ ସେନା-ଆତଙ୍କବାଦୀ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ, ୨ ଜବାନ ସହିଦ

ଶ୍ରୀନଗର : ଦକ୍ଷିଣ କାଶ୍ମୀରର ଫୁଲବାମା ଜିଲ୍ଲାରେ ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଗୁଳିବିନିମୟ ହୋଇ ଜଣେ ଆତଙ୍କବାଦୀ ନିହତ ହେବା ସହ ଦୁଇଜଣ ଜବାନ ସହିଦ ହୋଇଛନ୍ତି । ଏହା ସହିତ ଦୁଇଜଣ ସେନା ଜବାନ ଆହତ ହୋଇଛନ୍ତି । ସହିଦ ହୋଇଥିବା ଜବାନ ହେଲେ ରାଷ୍ଟ୍ରୀୟ ରାଇଫଲ୍ସର ଅଜୟ କୁମାର ଓ ଜାମ୍ମୁ ଓ କାଶ୍ମୀର ପୁଲିସର ଲତିଫ ଗୋଜରି ।

ଆଜି ସକାଳେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଗୋଳା ବର୍ଷଣ ଆରମ୍ଭ ହୋଇଥିଲା । ଏହି ଏନକାଉଣ୍ଟର ବେଳେ ହିଁ ଉକ୍ତ ଆତଙ୍କବାଦୀ ନିହତ ହୋଇଥିଲା । କିନ୍ତୁ କିଛି ସମୟ ପରେ ଆତଙ୍କବାଦୀମାନେ ଘଞ୍ଚ ଜଙ୍ଗଲ ଆଡକୁ ପଳାଇଯାଇଥିଲେ । ଜଙ୍ଗଲରେ ମୋଟ ୩ଜଣ ଆତଙ୍କବାଦୀ ଥିବା ସଂଦେହ କରାଯାଉଛି । ସେନା ପକ୍ଷରୁ ଉକ୍ତ ଅଂଚଳରେ ଖାନତଲାସୀ ଚାଲିଛି । ଲୁଚିଥିବା ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସେନା ପକ୍ଷରି ଡ୍ରୋନର ସହାୟତା ନିଆଯାଉଛି ।

ଅନ୍ୟପକ୍ଷରେ କାଶ୍ମୀରର ତ୍ରାଲ ଅଂଚଳରେ ସେନା ପକ୍ଷରୁ ପେଟ୍ରୋଲିଂ କରାଯାଉଥିବାବେଳେ ସ୍ଥାନୀୟ କେତେକ ଯୁହକ ପଥର ମାଡ଼ କରିଛନ୍ତି । ସେମାନଙ୍କୁ ଘଉଡେଇବା ପାଇଁ ସେନା ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା ।

ସମ୍ବନ୍ଧିତ ଖବର