ଶ୍ରୀନଗର: ଗୁରୁବାର ଦିନ ବନ୍ଦିପୋରା ଜିଲ୍ଲାରେ ନିରାପତ୍ତା ବଳ ସହ ଗୁଳି ବିନିମୟ ସମୟରେ ଜଣେ ଆତଙ୍କବାଦୀ ନିହତ। ଏବେ ମଧ୍ୟ ସେଠାରେ ଗୁଳି ବିନିମୟ ଚାଲିଛି।
ପୁଲିସ କହିବାନୁସାରେ, ଗୁରୁବାର ସକାଳେ ହାଜିନ୍ର ପାରାୟ ମହଲାରେ ଭାରତୀୟ ସେନା ଓ ରାଜ୍ୟ ପୁଲିସର ଏକ ପାଟ୍ରୋଲିଙ୍ଗ୍ ଦଳ ଉପରକୁ ଗୁଳି ଚଳାଯାଇଥିଲା। ପାଲଟା ଜବାବ ଦେବାକୁ ନିରାପତ୍ତା ବଳ ଗୁଳି ଚାଳାଇବାରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା।
ଜଣେ ପୁଲିସ ଅଧିକାରୀ କହିଛନ୍ତି: ଅଭିଯାନ ଆଗେଇ ଚାଲିଛି। ଆତଙ୍କବାଦୀମାନଙ୍କ ଚର୍ତୁପାର୍ଶ୍ୱରେ କର୍ଡନ୍ ଟାଣ କରିବାକୁ ଅଧିକ ସନ୍ୟବଳ ପଠାଯାଇଛି।