ଆଉ ଜଣେ ଟିଏମସି ବିଧାୟକ ବିଜେପିକୁ ଡେଇଁଲେ, ଅପେକ୍ଷାରେ ଆହୁରି ୬ ବିଧାୟକ

କୋଲକତା : ଗତକାଲି ୨ ଟିଏମସି ବିଧାୟକ ଓ ୫୦ରୁ ଅଧିକ କାଉନସିଲର ବିଜେପିରେ ମିଶିବା ପରେ ଆଜି ଆଉ ଜଣେ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ନାଁ ହେଉଛି ମନିରୁଲ ଇସଲାମ । ତାଙ୍କ ସହିତ ଦୁଇ ଟିଏମସି ଯୁବାମୋର୍ଚ୍ଚା ମହାସଚିବ ମହମ୍ମଦ ଆସିଫ ଇକବାଲ ଓ ଗଦାଧର ହାଜରା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଆଗାମୀ ଦିନରେ ଆହୁରି ୬ ଜଣ ବିଧାୟକ ଓ କେତେକ ପୂର୍ବତନ ସାଂସଦ ମଧ୍ୟ ତୃଣମୂଳ ଛାଡି ବିଜେପିରେ ମିଶିବାର ସମ୍ଭାବନା ରହିଛି ବିଜେପି ସୁତ୍ରରୁ ଜଣାପଡିଛି । ଏହି ୬ ଜଣ ବିଧାୟକଙ୍କ ମଧ୍ୟରୁ ୪ ଜଣ ଦକ୍ଷିଣ ବଙ୍ଗ ଓ ଦୁଇଜଣ ଉତ୍ତରବଙ୍ଗରୁ ଆସନ୍ତି ବୋଲି ଜଣାଯାଇଛି ।

ଗତକାଲି ଟିଏମସିର ୩ ଜଣ ବିଧାୟକ ଓ ପ୍ରାୟ ୩୦ ଜଣ କାଉନସିଲର ଦଳରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ । ଏହି ବିଧାୟକଙ୍କ ମଧ୍ୟରେ ରହିଛନ୍ତି ବିଜେପି ନେତା ମୁକୁଲ ରାୟଙ୍କ ପୁଅ ତଥା ବିଜପୁର ବିଧାୟକ ଶୁଭ୍ରାଂଶୁ ରାୟ । ନିକଟରେ ସମାପ୍ତ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ୧୮ଟି ଓ ଟିଏମସି ୨୩ଟି ଆସନ ଜିତିଥିଲା ।

ସମ୍ବନ୍ଧିତ ଖବର