୧୯୫ ବିଜେପି ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ମୁସଲିମ, ସେ କିଏ ?

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଲୋକସଭା ନିର୍ବାଚନ ୨୦୨୪ ପାଇଁ ଶନିବାର ୧୯୫ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଅନେକ ବରିଷ୍ଠ ନେତାଙ୍କ ନାମ ଥିବା ବେଳେ କେରଳର ମାଲାପୁରମରୁ ଅବଦୁଲ ସଲାମ ହେଉଛନ୍ତି ଏକମାତ୍ର ପ୍ରାର୍ଥୀ। ଏହି ତାଲିକାରେ ବିଜେପି କେରଳର ୧୨ ଜଣ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିବା ବେଳେ ଏକମାତ୍ର ମୁସଲମାନ ପ୍ରାର୍ଥୀ ହେଉଛନ୍ତି ଅବଦୁଲ ସଲାମ ।

କେରଳରେ ଅବଦୁଲ ସଲାମ ଜଣେ ଧର୍ମନିରପେକ୍ଷ ଚେହେରା ହୋଇଥିବାରୁ ତାଙ୍କ ଉପରେ ଭରସା କରିଛି ବିଜେପି । ଅବଦୁଲ ସଲାମଙ୍କ ନାମକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଥିଲା, ଯାହାକୁ ନେଇ ଆଜି ମୋହର ଲାଗିଛି।

ଯଦିଓ ବିଜେପିର ପରବର୍ତ୍ତୀ ତାଲିକା ଏପର୍ଯ୍ୟନ୍ତ ଆସିନାହିଁ, ତେବେ ବିଜେପି ନିର୍ବାଚନରେ କେତେ ମୁସଲମାନ ପ୍ରାର୍ଥୀ ଦେବ ଏବଂ କେରଳ ଭଳି ବିଜେପି ଅନ୍ୟ ରାଜ୍ୟରେ ମଧ୍ୟ ଏହି ବାଜି ଲଗାଇବାକୁ ଚେଷ୍ଟା କରିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିବ ।

ଡକ୍ଟର ଅବଦୁଲ ସଲାମ୍ ତିରୁର ବାସିନ୍ଦା ଏବଂ ଜଣେ ବିଜେପି ନେତା । ଅବଦୁଲ ସଲାମ କାଲିକଟ ବିଶ୍ୱବିଦ୍ୟାଳୟର କୁଳପତି ଥିଲେ ଏବଂ ୨୦୧୧ରୁ ୨୦୧୫ ପର୍ଯ୍ୟନ୍ତ କୁଳପତି ଭାବରେ କାର୍ଯ୍ୟ କରିଥିଲେ । ସେତେବେଳେ ତାଙ୍କୁ କଂଗ୍ରେସ ଅଧୀନରେ ଥିବା ୟୁଡିଏଫ ପ୍ରାର୍ଥୀ କରିଥିଲା। ତେବେ ୨୦୧୯ରେ ସେ ବିଜେପିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର