ନିର୍ବାଚନ କମିସନଙ୍କୁ ଅତ୍ୟଧିକ କ୍ଷମତା ଦିଆଯିବା ଠିକ କି ? କଣ କହିଲେ ଦୁଇ ପୂର୍ବତନ ମୁଖ୍ୟ ବିଚାରପତି ?

'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ଉପରେ ବିଜେପି ସାଂସଦ ପିପି ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ଜେପିସିର ବୈଠକ ଶୁକ୍ରବାର ଦିନ ବସିଥିଲା। ଜେପିସି ବୈଠକରେ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ଏସ୍. ଖେହର ଓ ଜେଓ୍ବାଇ ଚନ୍ଦ୍ରଚୂଡ଼ ନିଜର ମତ ରଖିଥିଲେ ।

eci

ନୂଆଦିଲ୍ଲୀ : 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ଉପରେ ବିଜେପି ସାଂସଦ ପିପି ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ଜେପିସିର ବୈଠକ ଶୁକ୍ରବାର ଦିନ ବସିଥିଲା। ଜେପିସି ବୈଠକରେ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ଏସ୍. ଖେହର ଓ ଜେଓ୍ବାଇ ଚନ୍ଦ୍ରଚୂଡ଼ ନିଜର ମତ ରଖିଥିଲେ । ଖେହର ତାଙ୍କ ଉପସ୍ଥାପନାରେ କହିଥିଲେ ଯେ ଏହି ବିଲ୍ ନୀତିଗତ ଭାବରେ ସମ୍ବିଧାନର ମୌଳିକ ଢାଞ୍ଚାର ଉଲ୍ଲଂଘନ କରେ ନାହିଁ। କିନ୍ତୁ ଏହା ଉପରେ ଅଧିକ ବିତର୍କ ଆବଶ୍ୟକ । ଚନ୍ଦ୍ରଚୂଡ଼ ମଧ୍ୟ ସମାନ ମତ ରଖିଥିଲେ । 

ଉଭୟ ପୂର୍ବତନ ମୁଖ୍ୟ ବିଚାରପତି କହିଥିଲେ ଯେ ନିର୍ବାଚନ କମିଶନଙ୍କୁ ଅତ୍ୟଧିକ କ୍ଷମତା ପ୍ରଦାନ ପ୍ରସ୍ତାବ ଉପରେ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଉଛି । ଏଣୁ ଏହି ପ୍ରସ୍ତାବର ପୁନଃମୂଲ୍ୟାୟନ କରିବା ପାଇଁ ଏକ ଜାତୀୟ ବିତର୍କ ଆବଶ୍ୟକ।

ଉଭୟ ପୂର୍ବତନ ମୁଖ୍ୟ ବିଚାରପତି କହିଥିଲେ ଯେ ନିର୍ବାଚନ କମିଶନଙ୍କୁ ଅତ୍ୟଧିକ କ୍ଷମତା ପ୍ରଦାନ ପ୍ରସ୍ତାବ ଉପରେ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଉଛି । ଏଣୁ ଏହି ପ୍ରସ୍ତାବର ପୁନଃମୂଲ୍ୟାୟନ କରିବା ପାଇଁ ଏକ ଜାତୀୟ ବିତର୍କ ଆବଶ୍ୟକ।

ଏହାସହିତ, ଉଭୟ ପୂର୍ବତନ ମୁଖ୍ୟ ବିଚାରପତି ଜେପିସିକୁ ପରାମର୍ଶ ଦେଇଥିଲେ ଯେ ନିର୍ବାଚନ କମିଶନଙ୍କୁ ସଂଶୋଧନ ବିଲରେ ପ୍ରସ୍ତାବିତ ଅବାଧ କ୍ଷମତା ଦିଆଯିବା ଉଚିତ୍ ନୁହେଁ। ସେମାନେ କହିଥିଲେ ଯେ ଏହାର ସନ୍ତୁଳନ ବଜାୟ ରଖିବା ପାଇଁ ଏକ ବ୍ୟବସ୍ଥା ରହିବା ଉଚିତ। ଉଭୟ ସଂସଦୀୟ କମିଟିକୁ ପରାମର୍ଶ ଦେଇଥିଲେ ଯେ ନିର୍ବାଚନ ପରିଚାଳନା ପାଇଁ ଏକ ତଦାରଖ ବ୍ୟବସ୍ଥା ରହିବା ଉଚିତ। ସୂଚନାଯୋଗ୍ୟ ଯେ ଗତବର୍ଷ ଡିସେମ୍ବର ମାସରେ ସଂସଦରେ 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ବିଲ୍ ପାସ ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe