ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ଗୁରୁତ୍ବ ଦେଲେ ମୋଦୀ

ନୂଆଦିଲ୍ଲୀ: ଏକ ଦେଶ ଏକ ନିର୍ବାଚନ । ଏହା ଭାରତରେ ହେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତ ରଖିଛନ୍ତି । ଏହା ଦ୍ୱାରା ଏକା ସଙ୍ଗେ ସମୟ ଓ ଅର୍ଥର ଅପଚୟ ରୋକାଯାଇ ପାରିବ ।

ସମ୍ବିଧାନ ଦିବସରେ ଦେଶବାସୀଙ୍କ ଉର୍ଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପ୍ରସଙ୍ଗରେ ବିସ୍ତ୍ରୁତ ଆଲୋଚନାର ଆବଶ୍ୟକତା ରହିଛି । ଦେଶର ସମ୍ବିଧାନକୁ ଜନସାଧାରଣ ଜାଣିବା ଓ ବୁଝିବାର ଅଧିକାର ରହିଛି । ଏହା ସହ ସେ ‘ନୋ ୟୋର କନଷ୍ଟିଚ୍ୟୁସନ’ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଅନ୍ୟପଟେ ସମ୍ବିଧାନର ସୁରକ୍ଷା ପାଇଁ ନ୍ୟାୟପାଳିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ବର୍ଣ୍ଣନା କରିଥିଲେ ।

ଏନେଇ ମୋଦୀ କହିଛନ୍ତି କି ୭୦ ଦଶକରେ ସମ୍ବିଧାନ ଭାଙ୍ଗିବାକୁ ଉଦ୍ୟମ କରାଯାଇଥିଲା । ଏଭଳି ହୀନ ଉଦ୍ୟମ ଯେଉଁମାନେ କରିଥିଲେ ସେମାନଙ୍କୁ ଦେଶବାସୀ ଏବେ ଦଣ୍ଡିତ କରୁଛନ୍ତି । ଦେଶରେ ଯେବେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରାଯାଇଥିଲା ସେତେବେଳର ଭାରତ ଓ ଆଜିର ଭାରତ ଭିତରେ ଅନେକ ଫରକ୍ ଦେଖା ଦେଇଛି । ଏବେ ଦେଶକୁ ସଂମ୍ପୁର୍ଣ୍ଣ ଡିଜିଟାଇଲେଜସନ କରାଯିବା କାର୍ଯ୍ୟ ଜାରି ରହିଛି । ଏହାକୁ ସବୁ ବର୍ଗର ଲୋକ ସ୍ୱାଗତ କରିଛନ୍ତି ।

ଅନ୍ୟମାନଙ୍କର ସହଯୋଗ ରହିଲେ ଏହା ବି ଦେଶ ସଫଳ ହେବ । ମୁମ୍ବାଇ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି ୧୨ ବର୍ଷ ତଳେ ଅର୍ଥାତ ୨୦୦୮ ମସିହା ଆଜିର ଦିନରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ହେଲେ ଏବେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସେନା ପକ୍ଷରୁ ନୂଆ ଋଣନୀତି ଗ୍ରହଣ କରାଯାଇଛି । ପ୍ରତିଟି ଆହ୍ୱାନର ମୁକାବିଲା କରିବାକୁ ସରକାର ସେନା ହାତରେ କ୍ଷମତା ଦେଇଛନ୍ତି ଓ ସେମାନେ ପ୍ରସ୍ତୁତ ଅଛନ୍ତି ।

ସମ୍ବନ୍ଧିତ ଖବର