ପରିବହନ କ୍ଷେତ୍ରରେ ଆସିବ ପରିବର୍ତ୍ତନ: ଡିସେମ୍ବର ପହିଲାରୁ ଦେଶର ସବୁ ଟୋଲ୍‌ ପ୍ଲାଜାରେ ଲାଗୁ ହେବ ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ: ପରିବହନ କ୍ଷେତ୍ରରେ ଆଗାମୀ ଦିନରେ ବଡ଼ ପରିବର୍ତ୍ତନ ଆସିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଏନେଇ ଚିଠି ଲେଖିଛନ୍ତି। ଚିଠି ଅନୁସାରେ ସବୁ ଟୋଲ୍‌ ପ୍ଲାଜାରେ ସ୍ୱଚ୍ଛତା ଓ ଭିଡ କମାଇବାକୁ ନୂଆ ବ୍ୟବସ୍ଥା ଲାଗୁ କରାଯିବ। ଆଗାମୀ ଡିସେମ୍ବର ପହିଲାରୁ ଦେଶର ସବୁ ଟୋଲ୍‌ ପ୍ଲାଜାରେ ନୂତନ ବ୍ୟବସ୍ଥା ଆରମ୍ଭ ହେବ। ସେହିଭଳି ଏକ ଦେଶ, ଏକ ଫାଷ୍ଟଟ୍ୟାଗ୍‌ ବ୍ୟବସ୍ଥା ଲାଗୁ ହେବା ସହ ଇଲେକଟ୍ରୋନିକ୍‌ ପେମେଣ୍ଟ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯିବ।

ପରିବହନ ମନ୍ତ୍ରାଳୟ ନୂତନ ବ୍ୟବସ୍ଥାରେ ଜାତୀୟ ରାଜପଥ ସହ ରାଜ୍ୟ ରାଜପଥକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟ ରାଜ୍ୟପଥରେ ମଧ୍ୟ ନୂତନ ବ୍ୟବସ୍ଥା ଲାଗୁ ହେବ। ଏହି ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ଚଳିତ ମାସ ୧୪ ତାରିଖରେ ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ରାଜ୍ୟ ସରକାରମାନେ ନିଜର ମତ ରଖିପାରିବେ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର