ନୂଆଦିଲ୍ଲୀ: ୨୦୨୦ ମସିହା ଜାନୁଆରି ୧୫ ତାରିଖରୁ ସରକାରଙ୍କ ‘ଏକ ରାଷ୍ଟ୍ର, ଏକ ରେସନ୍ କାର୍ଡ’ ଯୋଜନା କାର୍ଯ୍ୟକାରୀ ହେବ। ପ୍ରଥମେ ଏହି ଯୋଜନା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ, କର୍ଣ୍ଣାଟକ, କେରଳ, ଗୋଆ, ମଧ୍ୟପ୍ରଦେଶ, ତ୍ରିପୁରା ଏବଂ ଝାଡ଼ଖଣ୍ଡ ଆଦି ୧୨ ରାଜ୍ୟରେ ପ୍ରଣୟନ କରାଯିବ।
Image Courtesy of Zee Newsଏହି ୧୨ଟି ରାଜ୍ୟରେ ୩୫ ନିୟୁତ ଜନତା ‘ଏକ ରାଷ୍ଟ୍ର, ଏକ ରେସନ୍ କାର୍ଡ’ ଯୋଜନାରେ ଉପକୃତ ହେବେ। ଏହି ସବୁ ରାଜ୍ୟର ରେସନ୍ କାର୍ଡଧାରୀମାନେ ଯେ କୌଣସି ରାଜ୍ୟରେ ସେମାନଙ୍କ ରେସନ୍ କାର୍ଡ ବ୍ୟବହାର କରିପାରିବେ। ଦେଶରେ ସମୁଦାୟ ୭୯ କୋଟି ଲୋକଙ୍କର ରେସନ୍ କାର୍ଡ ଅଛି।
Image Courtesy of India Todayମୁଖ୍ୟତଃ, କାମ କରିବା ପାଇଁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକ ଏବଂ ଦିନ ମଜୁରିଆମାନଙ୍କର ଉପକାର କରାଇବା ଏହି ଯୋଜନାର ଉଦ୍ଦେଶ୍ୟ। ଏହି କାର୍ଡ ଜରିଆରେ ସେମାନେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନରେ ଯେକୌଣସି ‘ଫେୟାର୍ ପ୍ରାଇସ୍ ସପ୍’ରୁ (ଏଫ୍ପିଏସ୍) ରିହାତି ଦରରେ ଖାଦ୍ୟଶସ୍ୟ ପାଇ ପାରିବେ। ଏହା ସହ ସେମାନଙ୍କୁ ଅବଶ୍ୟ ‘ଇଲେକ୍ଟ୍ରୋନିକ୍ ପଏଣ୍ଟ୍ ଅଫ୍ ସେଲ୍’ରେ (ଇପିଓଏସ୍) ଆଧାର ଚିହ୍ନିତ ବାୟୋମେଟ୍ରିକ୍ (ଟିପଚିହ୍ନ) ଦେବାକୁ ପଡ଼ିବ।
୨୦୨୦ ମସିହା ଜୁନ୍ ୧ ତାରିଖ ଠାରୁ ‘ଏକ ରାଷ୍ଟ୍ର, ଏକ ରେସନ୍ କାର୍ଡ’ ଯୋଜନା ସମଗ୍ର ଦେଶରେ ଲାଗୁ ହେବ ବୋଲି ଖାଉଟି ବ୍ୟାପାର, ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ବିଭାଗର କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସଓ୍ଵନ ଡିସେମ୍ବର ୩ ତାରିଖ ଦିନ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Single-Ration-Card-From-January_Thumbnail.jpg)