ଦେଶର ପ୍ରତି ତିନି ଜଣଙ୍କ ମଧ୍ୟରୁ ଜଣ ସଂକ୍ରମିତ ହେବାର ଆଶଙ୍କା ରହିଛି : ଆଇସିଏମଆର୍

ନୂଆଦିଲ୍ଲୀ : ଦେଶର ଦୁଇ-ତୃତୀୟାଂଶ ଜନତାଙ୍କ ଶରୀରରେ କରୋନା ଭୁତାଣୁ ବିପକ୍ଷରେ ପ୍ରତିରୋଧକ ଶକ୍ତି ବା ଆଣ୍ଟିବଡ଼ି ସୃଷ୍ଟି ହୋଇଛି । କିନ୍ତୁ ଚିନ୍ତାଜନକ ବିଷୟ ହେଉଛି ଏକ ତୃତୀୟାଂଶ ଜନତା ଅର୍ଥାତ ୪୦ କୋଟି ଲୋକଙ୍କ ପ୍ରତି ଏବେ ବି ବିପଦର ଆଶଙ୍କା ରହିଛି । କାରଣ ସେମାନଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇପାରି ନାହିଁ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ କରାଯାଇଥିବା ୪ର୍ଥ ସେରୋସର୍ଭେରୁ ଜଣାପଡ଼ିଛି ।

ଏହି ସେରୋସର୍ଭେ ସମ୍ପର୍କରେ ସୂଚନା ଦେଇ ଆଇସିଏମଆରର ମହାନିର୍ଦ୍ଦେଶକ ଡଃ ବଳରାମ ଭାର୍ଗବ କହିଛନ୍ତି ଯେ ସର୍ଭେରୁ କେତେକ ସକାରାତ୍ମକ ଫଳାଫଳ ମିଳିଛି, ଏକ ଆଶାର କିରଣ ଦେଖାଯାଇଛି । କିନ୍ତୁ ବିପଦ ଏବେ ବି ଟଳିନାହିଁ । କାରଣ ଏବେ ବି ଏକ ତୃତୀୟାଂଶ ଜନତା ଅର୍ଥାତ ପ୍ରତି ତିନିଜଣରୁ ଜଣକ ପ୍ରତି ସଂକ୍ରମଣର ଆଶଙ୍କା ରହିଛି । ଏଣୁ ବେପରୁଆ ହେଲେ ଚଳିବ ନାହିଁ । ଆମକୁ କରୋନା କଟକଣାକୁ କଡ଼ାକଡ଼ିଭାବେ ପାଳନ କରିବାକୁ ପଡ଼ିବ ।

୪ର୍ଥ ସେରୋ ସର୍ଭେ ଜୁନ ଓ ଜୁଲାଇ ମାସରେ ଦେଶର ୭୦ଟି ଜିଲ୍ଲାରେ କରାଯାଇଥିଲା । ଏହି ସର୍ଭେରେ ୬ରୁ ୧୭ ବର୍ଷ ବୟସର ପିଲାମାନଙ୍କୁ ବି ସାମିଲ କରାଯାଇଥିଲା ।

ସମ୍ବନ୍ଧିତ ଖବର