ଜମ୍ମୁ କଶ୍ମୀରର ଯୁବକମାନଙ୍କୁ ଆତଙ୍କବାଦୀ ବନେଇବା ଅଭିଯୋଗରେ ଜଣେ ଗିରଫ: ଏନଆଇଏ

ଶ୍ରୀନଗର: ଜମ୍ମୁ କଶ୍ମୀରର ଯୁବକମାନଙ୍କୁ କଠୋରପନ୍ଥୀ ହେବାକୁ ପ୍ରବର୍ତ୍ତାଇବା ଓ ଆତଙ୍କବାଦୀ ଦଳ ସହ ମିଶାଇବା ଅଭିଯୋଗରେ ଟିଆରଏଫ୍(ଦି ରେଜିଷ୍ଟାଣ୍ଟ୍ ଫ୍ରଣ୍ଟ୍) ଆତଙ୍କବାଦୀ ସମୂହର ଜଣେ ସଦସ୍ୟ ଅରସଲାନ୍ ଫିରୋଜକୁ ଗିରଫ କରିଛି। ପୁଲିସ୍  ଅଧିକାରୀମାନେ ଶୁକ୍ରବାର ଦିନ ଏହା ବିଷୟରେ ସୂଚନା ଦେଇଛନ୍ତି ।

ଏନଆଇଏ (ରାଷ୍ଟ୍ରୀୟ ଅନୁସନ୍ଧାନ ଏଜେନ୍ସି)ର ପ୍ରବକ୍ତା କହିଛନ୍ତି, ଶୁକ୍ରବାର ଦିନ କଶ୍ମୀରରେ ତଲାସୀ କରାଯାଉଥିଲା, ଏହି ସମୟରେ କଶ୍ମୀର ନିବାସୀ ଫିରୋଜକୁ ଗିରଫ କରାଯାଇଛି । ଏହି ମାମଲା ଜମ୍ମୁ କଶ୍ମୀରର ଯୁବକମାନଙ୍କୁ କଠୋରପନ୍ଥୀ ବନେଇବା, ପ୍ରବର୍ତ୍ତାଇବା ଓ ଭର୍ତ୍ତି କରିବା ଉଦ୍ଦେଶ୍ୟରେ କେନ୍ଦ୍ରଶାସିତ ପ୍ରଦେଶ ଓ ଦେଶର ଅନ୍ୟସ୍ଥାନରେ ପ୍ରତିବନ୍ଧିତ ଲସ୍କର-ଏ-ତୋଇବା ଆତଙ୍କବାଦୀ ସଙ୍ଗଠନର ଛାୟା ସଙ୍ଗଠନ ଟିଆରଏଫର କମାଣ୍ଡୋରଙ୍କ ଗତିବିଧିଗୁଡିକୁ ବାସ୍ତବରେ ପରିଣତ କରିବା ପାଇଁ ରଚା ଯାଇଥିବା ଷଡଯନ୍ତ୍ର ସହ ସମ୍ବନ୍ଧିତ ଅଟେ ।
ଅଧିକାରୀଙ୍କ ଅନୁସାରେ ଫିରୋଜ ଏହି ଲୋକଙ୍କ ସହ ଏକ ଅପରାଧିକ ଷଡଯନ୍ତ୍ରର ଯୋଜନା ଅନୁସାରେ ଯୁବକମାନଙ୍କୁ ଭର୍ତ୍ତି କରୁଥିଲା ଓ ଲସ୍କର ତଥା ତାର ଛାୟା ସଙ୍ଗଠନ ଟିଆରଏଫ୍ ପାଇଁ ସମନ୍ଵୟ ତଥା ଅସ୍ତ୍ରଶସ୍ତ୍ରରର ପରିବହନ କରୁଥିଲା । ଏଜେନ୍ସି ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି ।

ସମ୍ବନ୍ଧିତ ଖବର