ଜୁଲାଇ ୩୧ ମଧ୍ୟରେ ‘ୱାନ ନେସନ ୱାନ ରେସନ କାର୍ଡ’ ଲାଗୁ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜୁଲାଇ ୩୧, ୨୦୨୧ ମଧ୍ୟରେ ‘ୱାନ ନେସନ ୱାନ ରେସନ କାର୍ଡ’ ଯୋଜନା କାର୍ଯ୍ୟକାରୀ କରିବାର ଶେଷ ତାରିଖ ଭାବରେ ସ୍ଥିର କରିଛନ୍ତି। ଏହି ଯୋଜନା ଅଧୀନରେ ପ୍ରବାସୀ ଶ୍ରମିକମାନେ ଦେଶର ଯେକୌଣସି ସ୍ଥାନରେ ରହିଲେ ବି ରାସନ ଗ୍ରହଣ କରିବାର ସୁବିଧା ପାଇବେ। ପ୍ରବାସୀ ଶ୍ରମିକଙ୍କ ସୁବିଧା ଏବଂ କଲ୍ୟାଣ ପାଇଁ ସୁପ୍ରିମକୋର୍ଟ ଅନ୍ୟାନ୍ୟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ସୂଚନା ଥାଉ କି ଯେ ଆଜି ସୁପ୍ରିମକୋର୍ଟ କରୋନା କାରଣରୁ ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ସମ୍ପର୍କରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଅନେକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ପ୍ରବାସୀ ଶ୍ରମିକଙ୍କ ପାଇଁ ଶୁଖିଲା ରାସନ ଯୋଗାଇବା ଏବଂ ମହାମାରୀ ଥିବା ପର୍ଯ୍ୟନ୍ତ ସେମାନଙ୍କୁ ରୋଷେଇ କରି ଖାଇବାକୁ ଦେବାକୁ କୋର୍ଟ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ନ୍ୟାସନାଲ ଡାଟା ଗ୍ରୀଡ୍ ପୋର୍ଟାଲରେ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପଞ୍ଜିକରଣ ଜୁଲାଇ ୩୧ ସୁଦ୍ଧା କରିବାକୁ ଅଦାଲତ କହିଛନ୍ତି ।

ମଙ୍ଗଳବାର ଦିନ କରୋନା ଦ୍ଵିତୀୟ ତରଙ୍ଗ ସମୟରେ ଲାଗୁ ହୋଇଥିବା ପ୍ରତିବନ୍ଧକ ଦ୍ୱାରା ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ନିରାପତ୍ତା ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ପଦକ୍ଷେପ ନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ରାଜ୍ୟ ଓ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି |

ସମ୍ବନ୍ଧିତ ଖବର