ମନ୍ଦିରରେ ବାଲ୍ୟ ବିବାହ ବେଳେ ଉଦ୍ଧାର ହେଲେ ଜଣେ ୧୬ ବର୍ଷୀୟ ନାବାଳିକା

ହାଇଦ୍ରାବାଦ: ଲକଡାଉନ ବେଳେ ବିବାହକୁ ନେଇ କଟକଣା ଥିବାବେଳେ ଜଣେ ନାବାଳିକା ବିବାହ କରୁଥିବା ଘଟଣା ତେଲେଙ୍ଗାନାରେ ଘଟିଛି | ସ୍ବେଛାସେବୀମାନେ ବିବାହ ମଣ୍ଡପରେ ପହଂଚି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି | ମିଳିଥିବା ସୂଚନା ମୁତାବକ ଜୁନ ୧ ତାରିଖରେ ଜଣେ ୧୬ ବର୍ଷର ନାବାଳିକା ୨୩ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ବିବାହ କରୁଥିଲେ |

ଏହି ଘଟଣାକୁ ନେଇ ବାଲ୍ୟ ବିବାହ ନିବାରଣ ଆଇନ, ପୋକସୋ, ଆଇପିସିର ବଳାତ୍କାର (୩୭୬), ନାବାଳିକାଙ୍କୁ ବିବାହ କରିବାକୁ ବାଧ୍ୟ କରିବା (୩୬୬) ମାମଲା ରୁଜୁ କରାଯାଇଛି | ବର, ବର ଓ କନ୍ୟାଙ୍କର ପିତାମାତା ଏବଂ ସ୍ଥାନୀୟ ରାଜନେତାଙ୍କ ସମେତ ଗ୍ରାମବାସୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ବାଲା ହକ୍କୁଲା ସଙ୍ଗମର କାର୍ଯ୍ୟକର୍ତ୍ତା ଅଚ୍ୟୁତା ରାଓ କହିଛନ୍ତି ଯେ ପୁରୋହିତ, ବର ଏବଂ ବରର ପିତାମାତା ଏବଂ ବରଙ୍କ ବିରୋଧରେ ଦଣ୍ଡବିଧାନ ଦାବି କରାଯାଇଛି।

Photo-Find health tips

ଏହି ବିବାହ ଗୁଣ୍ଡଲାପୋଚାମ୍ପଲି ନିକଟ ମାତା ମନ୍ଦିରରେ ଜଣେ ପୁରୋହିତଙ୍କ ଦ୍ୱାରା ବିବାହ କରାଯାଉଥିଲା। ନାବାଳିକା ଜଣକ ଷଷ୍ଠ ଶ୍ରେଣୀରେ ପଢୁଥିବାବେଳେ ରାଜୁ ନାମକ ଜଣେ ଶ୍ରମିକଙ୍କ ସହ ତାଙ୍କର ବିବାହ ହେଉଥିଲା | ଲକଡାଉନ ବେଳେ ସାମାଜିକ ଦୂରତା ନ ରଖି ବିନା ମାସ୍କରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ |

ସମ୍ବନ୍ଧିତ ଖବର