ବଜେଟ୍ ୨୦୨୨-୨୩: କେମିତି ଆସିବ ଟଙ୍କାଟିଏ ଓ କିପରି ହେବ ବ୍ୟୟ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପକ୍ଷରୁ ଆଜି ଘୋଷିତ  ସାଧାରଣ ବଜେଟରେ ମୋଟ ୩୯ ଲକ୍ଷ ୪୫ ହଜାର କୋଟିର ବ୍ୟୟବରାଦ କରାଯାଇଛି । ସେହିପରି ଏହି ଆର୍ଥିକ ବର୍ଷରେ ସରକାରଙ୍କ ମୋଟ ରାଜସ୍ବ ଆୟ ୨୨ ଲକ୍ଷ କୋଟି ହେବ ବୋଲି ଅଟକଳ କରାଯାଇଥିବାବେଳେ ପୁଞ୍ଜି ଆୟ ୧୭ ଲକ୍ଷ ୪୦ ହଜାର କୋଟି ରହିବା ଅଟକଳ କରାଯାଉଛି । ଆସନ୍ତୁ ଜାଣିବ‌ା ସରକାର କିପରି ଏକ ଟଙ୍କା ଆୟ କରିବେ ଓ କିପରି ତାହାକୁ ବ୍ୟୟ କରିବେ।

ଏହି ଆର୍ଥିକ ବର୍ଷରେ ଦେଶର ଆର୍ଥିକ ନିଅଣ୍ଟ (ଅର୍ଥାତ ସରକାରଙ୍କ ଆୟ ଓ ବ୍ୟୟ ମଧ୍ୟରେ ଅନ୍ତର) ଜିଡିପିର ୬.୪ ପ୍ରତିଶତ ରହିବା ଅଟକଳ କରାଯାଉଛି । ଚଳିତ ଆର୍ଥିକ ବର୍ଷରେ ଏହା ୬.୯ ପ୍ରତିଶତ ରହିବା ଅଟକଳ କରାଯାଉଛି ।

 

 

ସମ୍ବନ୍ଧିତ ଖବର