୮୦% ପର୍ଯ୍ୟନ୍ତ କରୋନା ମୃତ୍ୟୁ ହାର କମାଉଛି ଆଷ୍ଟ୍ରାଜେନେକାର ଗୋଟେ ଡୋଜ

ନୂଆଦିଲ୍ଲୀ: ଆଷ୍ଟ୍ରାଜେନେକା କରୋନା ଟିକାକୁ ନେଇ ଆସିଛି ବଡ଼ ଖବର | ଆଷ୍ଟ୍ରାଜେନେକାର ଗୋଟେ ଡୋଜ ନେବା ପରେ କରୋନାଜନିତ ମୃତ୍ୟୁ ହାର ୮୦% କମୁଥିବା ଜଣାପଡିଛି | ଏନେଇ ସୂଚନା ଦେଇଛି ପବ୍ଲିକ ହେଲଥ ଇଂଲଣ୍ଡ | ଏହାସହ ଫାଇଜର ବାୟୋ-ଏନଟେକ ଟିକାର ପ୍ରଥମ ଡୋଜ ନେବା ପରେ ମୃତ୍ୟୁ ହାର ୮୦% ଏବଂ ଦ୍ଵିତୀୟ ଡୋଜ ନେବା ପରେ ୯୭% ପର୍ଯ୍ୟନ୍ତ ମୃତ୍ୟୁ ହାର ହ୍ରାସ ପାଉଥିବା ପବ୍ଲିକ ହେଲଥ ଇଂଲଣ୍ଡ ଜଣାଇଛି |

ଡିସେମ୍ବରରୁ ଏପ୍ରିଲ ମଧ୍ୟରେ କୋଭିଡ -୧୯ର ନୂତନ ଲକ୍ଷଣଗତ ମାମଲା ଏବଂ ଟିକା ନେବା ପରେ କରୋନା ଆକ୍ରାନ୍ତ ହେବାର ୨୮ ଦିନ ମଧ୍ୟରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନ ପରେ ଜଣା ପଡିଥିଲା ଯେ ଆଷ୍ଟ୍ରାଜେନେକା ଟିକା ନେବା ପରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ହ୍ରାସ ପାଉଛି |

astrazeneca vaccine: Germany OKs J&J, AstraZeneca jabs for all adults - The  Economic Times
The Economic Times

ନିକଟ ଅତୀତରେ ଆଷ୍ଟ୍ରାଜେନେକାକୁ ନେଇ ଅନେକ ବିବାଦ ଦେଖାଦେଇଥିବା ବେଳେ ଦେଖାଦେଉଥିବା ପାର୍ଶ୍ଵପ୍ରତିକ୍ରିୟା ପାଇଁ ଅନେକ ଦେଶ ଏହି ଟିକାର ବ୍ୟବହାର ବନ୍ଦ କରିଥିଲେ | ହେଲେ ଏବେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ବ୍ୟବହାର ବନ୍ଦ କରିଥିବା ଦେଶ ପୁଣି ଥରେ ଟିକାର ବ୍ୟବହାର ଆରମ୍ଭ କରିପାରନ୍ତି ବୋଲି ଆଶା କରାଯାଉଛି |

ସମ୍ବନ୍ଧିତ ଖବର