ଗୁଳି ବିନିମୟରେ ଯବାନ ସହିଦ, ୩ ଆତଙ୍କବାଦୀ ନିପାତ

ଶ୍ରୀନଗର  : ସୋମବାର ସକାଳୁ ଦକ୍ଷିଣ କଶ୍ମୀରର ପୁଲଓ୍ଵାମା ଜିଲ୍ଲାର ଅଗଲାର ଅନ୍ତର୍ଗତ କାଣ୍ଡି ଗ୍ରାମରେ ଭାରତୀୟ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛ। ଖବର ଲେଖା ହେବା ବେଳକୁ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଜଣେ ସୁରକ୍ଷା କର୍ମୀ ସହିଦ୍‌ ହୋଇଛନ୍ତି। ଅପରପକ୍ଷେ, ଯବାନମାନେ ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ସେହିପରି ଉଭୟ ପଟରୁ ଗୁଳି ବିନିମୟ ଜାରି ରହିଥିବା ବେଳେ ଜଣେ ସ୍ଥାନୀୟ ଲୋକ ମଝିରେ ପଶି ଆସିବାରୁ ସେ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି।

କାଣ୍ଡି ଗ୍ରାମରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ଜମ୍ମୁ-କଶ୍ମୀରଏସ୍‌ଓଜି, ୪୪ତମ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସିଆର୍‌ପିଏଫ୍‌ ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଛି। ସୁରକ୍ଷାକର୍ମୀଙ୍କୁ ଦେଖି ଏକ ଘରେ ଲୁଚି ରହିଥିବା ଆତଙ୍କବାଦୀମାନେ ଆଖିବୁଜା ଗୁଳିବର୍ଷା କରିଥିଲେ। ସୁରକ୍ଷାକର୍ମାମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ। ଖବର ଲେଖାହେବା ଯାଏଁ ଉଭୟ ପଟରୁ ଗୁଳି ବିନିମୟ ଜାରି ରହିଥିବା ବେଳେ ଆତଙ୍କବାଦୀଙ୍କ ସଂଖ୍ୟା ସ୍ପଷ୍ଟ ହୋଇପାରିନାହିଁ। ପୁଲଓ୍ଵାମା ସେକ୍ଟରରେ ପରିସ୍ଥିତି ଅଶାନ୍ତ ଥିବାରୁ ଇଣ୍ଟରନେଟ ସେବା ବିଚ୍ଛିନ୍ନ କରାଯାଇଛି।

ସମ୍ବନ୍ଧିତ ଖବର