କୋରାପୁଟରେ ଓ୍ଵାନ୍‌ ଷ୍ଟପ୍‌ ସେଣ୍ଟର ପ୍ରତିଷ୍ଠା ପାଇଁ କେନ୍ଦ୍ରର ଅନୁମୋଦନ

ନୂଆଦିଲ୍ଲୀ : ଓଡ଼ିଶାର କୋରାପୁଟ ସମେତ ଦେଶର ୯ଟି ରାଜ୍ୟରେ ୧୦୦ଟି ଓ୍ଵାନ୍‌ ଷ୍ଟପ୍‌ ସେଣ୍ଟର ସ୍ଥାପନ ପାଇଁ କେନ୍ଦ୍ର ସରକାର ମଂଜୁରି ପ୍ରଦାନ କରିଛନ୍ତି। ହିଂସାର ଶିକାର ହେଉଥିବା ମହିଳାମାନଙ୍କୁ ଓ୍ଵାନ୍‌ ଷ୍ଟପ୍‌ ସେଣ୍ଟର ଦ୍ୱାରା ସମସ୍ତ ପ୍ରକାର ସହାୟତା ଓ ସହଯୋଗ ପ୍ରଦାନ କରଯାଇଥାଏ। ତେବେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଦେଶରେ ୧୮୨ଟି ଓ୍ଵାନ୍‌ ଷ୍ଟପ୍‌ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ଏପ୍ରିଲ ୨୦୧୫ରୁ ହିଂସାର ଶିକାର ହୋଇଥିବା ଦେଶର ୧.୩ ଲକ୍ଷ ମହିଳାଙ୍କୁ ଓ୍ଵାନ୍‌ ଷ୍ଟପ୍‌ ସେଣ୍ଟରରୁ ସହଯୋଗ ପ୍ରଦାନ କରାଯାଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆସନ୍ତାବର୍ଷମାନଙ୍କରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଓ୍ଵାନ୍‌ ଷ୍ଟପ୍‌ ସେଣ୍ଟର ପ୍ରତିଷ୍ଠା କରିବାପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର