ପବଜି ମାୟାରେ ପଡ଼ିଗଲା ମାୟାନଗରୀର ଛାତ୍ର !

ମୁମ୍ବାଇ: ପବଜି ଖେଳ ଛାଡି ପାଠ ପଢିବାକୁ କହିବାରୁ ଆତ୍ମହତ୍ୟା କରିଛି ଜଣେ ଛାତ୍ର | ମିଳିଥିବା ସୂଚନା ମୁତାବକ ମାୟନଗରୀ ମୁମ୍ବାଇ ନିକଟରେ ଥିବା ପାଲଘର ଜିଲ୍ଲାର ଦହନୁ ଗ୍ରାମର ହେମନ୍ତ ଜାତେ ନାମକ ଛାତ୍ର ଜଣକ ପବଜି ପାଇଁ ଆତ୍ମହତ୍ୟା କରିଥିବାର ପରିବାର ଲୋକ କହିଛନ୍ତି | ପବଜି ଖେଳରେ ହେମନ୍ତ ବ୍ୟସ୍ତ ରହୁଥିବାବେଳେ ଘରେ ପାଠ ପଢିବାକୁ କହିଥିଲେ |

News18.com

ଏଥିରେ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛି | ହେମନ୍ତ ଚଳିତବର୍ଷ ଯୁକ୍ତ ଦୁଇ ପାସ କରିଥିବାବେଳେ ତାହାର ବାପା ସ୍ଥାନୀୟ ଏକ କାରଖାନାରେ କାମ କରୁଥିଲେ |

ହେମନ୍ତଙ୍କ ବାପା ଚିରାଗ ମେହେଟା କହିଛନ୍ତି ଯେ କିଛି ଦିନ ଧରି ତାଙ୍କ ପୁଅ ପବଜି ଖେଳିବାକୁ ପାଗଳ ପ୍ରାୟ ହୋଇଯାଇଥିଲା | ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ପବଜି ଖେଳିବା ସହ ପାଠପଢ଼ାରେ ଧ୍ୟାନ ଦେଉନଥିଲା | ଯାହାକୁ ନେଇ ସେ ପୁଅକୁ ଆକଟ କରିଥିଲେ | ଏହାକୁ ନେଇ ହେମନ୍ତ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲା |

ସମ୍ବନ୍ଧିତ ଖବର