ମହାରାଷ୍ଟ୍ରରେ ଫଡନାଭିସ ଶପଥ ନେବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଶିବସେନା ସମର୍ଥକ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗାଦିକୁ ନେଇ ଚାଲିଛି ମହାନାଟକ । ରାତିଅଧରେ ମହାସୂତ୍ର ସ୍ଥାପନ ହୋଇ ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାଭିସ ଏବଂ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଏନସିପି ନେତା ଅଜିତ୍ ପାୱାର୍ । ତେବେ ଏହି ଛକାପଞ୍ଝା ଭିତରେ ଫସିଲା ଶିବସେନା । ମହାରାଷ୍ଟ୍ରରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀ ନ ହେବାକୁ ନେଇ ଦୁଃଖୀ ଥିବା ଜଣେ ଶିବସେନା ସମର୍ଥକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ।

News18.com

ବିବରଣୀ ମୁତାବକ, ଏହି ଘଟଣା ଶନିବାର ସନ୍ଧ୍ୟା ମୁମ୍ବାଇରୁ ୫୮୦ କି.ମି ଦୂରରେ ଥିବା ମନୋରା ଚୌକରେ ହୋଇଥିଲା । ୱାସିମ୍ ଜିଲ୍ଲାର ଉମରୀ ଗାଁ ନିବାସୀ ରମେଶ୍ ବାଲୁ ଯାଦବ ଯେତେବେଳେ ଫଡନାଭିସଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଥିବା ଶୁଣିଲେ ପ୍ରଥମେ ଅତ୍ୟଧିକ ମଦ୍ୟପାନ କରିଥିଲେ |

ଏହା ପରେ ନିଶାରେ ନିଜ ହାତକୁ ବ୍ଲେଡରେ କାଟି ଦେଇଥିଲେ । ଜଣେ ଟ୍ରାଫିକ୍ ପୁଲିସ କର୍ମୀଙ୍କ କାରଣରୁ ରମେଶ୍ ଙ୍କ ଜୀବନ ବଂଚିଯାଇଛି । ରମେଶଙ୍କ ଚିକିତ୍ସା ଏବେ ସରକାରୀ ଡାକ୍ତରଖାନାରେ ଚାଲିଛି ।

ସମ୍ବନ୍ଧିତ ଖବର