ମୁଣ୍ଡ ଉପରେ ୫ ଲକ୍ଷ ପୁରସ୍କାର ଥିବା ଆତଙ୍କବାଦୀ ଗିରଫ

ଶ୍ରୀନଗର: ଜମ୍ମୁକାଶ୍ମୀରର ଡୋଡା ଜିଲ୍ଲାର ଜଙ୍ଗଲରେ କରାଯାଇଥିବା ମିଳିତ ଅପରେସନରେ ଆତଙ୍କବାଦୀ ସଂଗଠନ ଲସ୍କର ଇ ତୋଇବାର ଜଣେ କୁଖ୍ୟାତ ଆତଙ୍କବାଦୀକୁ ଗିରଫ କରାଯାଇଛି | ଏହି ଆତଙ୍କବାଦୀର ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବାବେଳେ ଏହାର ନାମ ହେଉଛି ଆବୁ ବକ୍କର | ମିଳିଥିବା ସୂଚନା ମୁତାବକ ବିଶ୍ୱସନୀୟ ସୂତ୍ରରୁ ଖବର ପାଇ ସୁରକ୍ଷାକର୍ମୀ ଅପରେସନ ଆରମ୍ଭ କରିଥିଲେ | ଡୋଡା ଜିଲ୍ଲାର ଫାଗସୁ ଜଙ୍ଗଲରେ ଚଢ଼ାଉ କରିଥିଲେ |

ବହୁ ସମୟ ଧରି ଦୁଇ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଏହି ଆତଙ୍କବାଦୀକୁ ଧରାଯାଇଥିଲା | ତା ପାଖରୁ ଗୋଟିଏ ଏକେ-୪୭ ରାଇଫଲ ସହ ଗୁଳିଗୋଳା ଜବତ କରାଯାଇଛି | ଏହି ଆତଙ୍କବାଦୀ ନାମରେ ବହୁ ସଂଗୀନ ମାମଲା ରହିଛି | ଜମ୍ମୁକାଶ୍ମୀରର ବିଜେପି ରାଜ୍ୟ ସଚିବ ଅନିଲ ପରିହାର ଓ ତାଙ୍କ ଭାଇଙ୍କୁ ହତ୍ୟା ସହ ଜଣେ ଆରଏସଏସ ନେତାଙ୍କୁ ହତ୍ୟା କରିବାର ଅଭିଯୋଗ ରହିଛି |

Zócalo Public Square

ସେହିପରି ଜଣେ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିଥିଲା ଏହି ଆତଙ୍କବାଦୀ | ଯାହାଫଳରେ ଏହି ଆତଙ୍କବାଦୀକୁ ଧରାଇଦେଲେ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ପୁଲିସ ପକ୍ଷରୁ ଘୋଷଣା କରାଯାଇଥିଲା |

ସମ୍ବନ୍ଧିତ ଖବର