ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର୍‌: ଡିଏସ୍‌ପି ସହିଦ, ଜଣେ ଆତଙ୍କବାଦୀ ନିହତ, ୨ ଯବାନ ଆହତ

ଶ୍ରୀନଗର: ଆତଙ୍କବାଦୀଙ୍କ ଦ୍ୱାରା ପୁଣି ଜଣେ ଯବାନ ସହିଦ ହୋଇଛନ୍ତି। ଜମ୍ମୁ-କଶ୍ମୀରସ୍ଥିତ କୁଲଗାମ ଜିଲ୍ଲାର ତାରିଗାମ ଅଞ୍ଚଳରେ ରବିବାର ଏକ ଏନ୍‌କାଉଣ୍ଟର୍‌ ହୋଇଥିଲା। ହୋଇଥିବା ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି। ଏହି ଏନ୍‌କାଉଣ୍ଟର୍‌ରେ ଅମନ ଠାକୁର ନାମକ ଡେପୁଟି ସୁପରିଟେଣ୍ଡ୍‌ ଅଫ୍‌ ପୁଲିସ୍‌(ଡିଏସ୍‌ପି) ସହିଦ ହୋଇଛନ୍ତି। ଏଥିରେ ୨ ସେନା କର୍ମୀ ଆହତ ହୋଇଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସଂପୃକ୍ତ ଅଞ୍ଚଳରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା। ଏ ସଂପର୍କରେ ଖବର ପାଇବା ପରେ ଭାରତୀୟ ସେନା, ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ୍‌ ଫୋର୍ସ(ସିଆର୍‌ପିଏଫ୍‌) ଓ ଜମ୍ମୁ-କଶ୍ମୀର ପୁଲିସର ମିଳିତ ଉଦ୍ୟମରେ ଏକ ଯୁଗ୍ମ ଅପରେସନ ହୋଇଥିଲା। ଏମାନେ ମିଶି କରି ସର୍ଚ ଅପରେସନ କଲା ସମୟରେ ଆଙ୍କବାଦୀମାନେ ଆଗୁଆ ତାଙ୍କ ଆଡୁ ଗୁଳି ଚାଳନା କରିଥିଲେ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ପୁଲଓ୍ଵାମା ଜିଲ୍ଲାର ପିନ୍‌ଗ୍ଲାନ ଅଞ୍ଚଳରେ ୫ ଜଣ ସେନା ଯବାନ ସହିଦ ହୋଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର