ଜମ୍ମୁ ଓ କଶ୍ମୀର: କୁପ୍‌ଓ୍ଵାରା ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ନିହତ; ୨ ଯବାନ ଆହତ

ଶ୍ରୀନଗର: କୁପ୍‌ଓ୍ଵାରା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ପାଖ ସଫାଓ୍ଵାଲି ଗଲ୍‌ ଠାରେ ଗୁଳିବିନିମୟ ଯୋଗୁଁ ଜଣେ ଆତଙ୍କବାଦୀ ନିହତ ହେବା ସହ ଦୁଇ ଜଣ ସେନା କର୍ମଚାରୀ ଆହତ ହୋଇଛନ୍ତି। ମୃତ ଆତଙ୍କବାଦୀ ନିକଟରୁ ଗୋଟାଏ ଏକେ-୪୭ ରାଇଫଲ୍‌ ଉଦ୍ଧାର କରାଯାଇଛି। ଏବେ ମଧ୍ୟ ସେଠାରେ ଗୁଳି ବିନିମୟ ଚାଲିଛି।

୧୦ ଜମ୍ମୁ ଓ କଶ୍ମୀର ଲାଇଟ୍‌ ଇନ୍‌ଫାଣ୍ଟ୍ରି, ୫୭ ରାଷ୍ଟ୍ରୀୟ ରାଇଫଲ୍‌ ଏବଂ ୪୧ ଆର୍‌ଆର୍‌ର ଏକ ମିଳିତ ଦଳ ଗତ ରାତିରେ ଦଳେ ଅନୁପ୍ରବେଶକାରୀଙ୍କୁ ସାମନା କରିବାରୁ ଗୁଳିବିନିମୟ ଘଟିଥିଲା।

ସମ୍ବନ୍ଧିତ ଖବର