କୁପ୍‌ଓ୍ଵାରା ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ; ଶୋପିଆନ୍‌ରେ ସୈନିକଙ୍କ ଉପରେ ଗ୍ରେନେଡ୍‌ ମାଡ଼

ନୂଆଦିଲ୍ଲୀ: ବଡ଼ି ଭୋର୍‌ରେ ଉତ୍ତର କଶ୍ମୀର ଅନ୍ତର୍ଗତ କୁପ୍‌ଓ୍ଵାରା ଠାରେ ଗୁଳି ବିନିମୟ ଯୋଗୁଁ ଭାରତୀୟ ସେନା ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଛି। ଭିନ୍ନ ଏକ ଘଟଣାରେ ଶୋପିଆନ୍‌ର ଆହଗାମ୍‌ ଠାରେ ସେନାର ପାଟ୍ରୋଲିଙ୍ଗ୍‌ ପାର୍ଟି ଉପରେ ଆତଙ୍କବାଦୀମାନେ ଗ୍ରେନେଡ୍‌ ଫିଙ୍ଗିବାରୁ ଜଣେ ସେନା କର୍ମଚାରୀ ଆହତ ହୋଇଛନ୍ତି।

ଭୋର୍‌ ସାଢ଼େ ପାଞ୍ଚଟା ବେଳେ ଏନ୍‌କାଉଣ୍ଟର୍‌ ଯୋଗେ ଆତଙ୍କବାଦୀ ଜଣକ ନିହତ ହୋଇଥିବା କଥା ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର କର୍ଣ୍ଣେଲ୍‌ ରାଜେଶ କାଲିଆ କହିଛନ୍ତି।

ଆଜି ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ କୁପ୍‌ଓ୍ଵାରର ଅରଣ୍ୟରେ ଗୁଳି ବିନିମୟ ଘଟିଥିବା କଥା ପୁଲିସ କହିଛି।

ଜଣେ ପୁଲିସ କର୍ମଚାରୀ କହିଛନ୍ତି କି, ସେଠାରେ ଆତଙ୍କବାଦୀମାନେ ଉପସ୍ଥିତ ଥିବା ସୂଚନା ପାଇବା ପରେ ନିରାପତ୍ତା ବଳ ତଲାସ ଅଭିଯାନ ଆରମ୍ଭ କରିଥିଲା।

ଗୁଇନ୍ଦା ସୂଚନା ଆଧାରିତ ଏହି ନିର୍ଦ୍ଧାରିତ ଅଭିଯାନଟି ଏବେ ଶେଷ ହୋଇଛି ବୋଲି କାଲିଆ କହିଛନ୍ତି।

ଦକ୍ଷିଣ କଶ୍ମୀର ଅନ୍ତର୍ଗତ ଶୋପିଆନ୍‌ର ଅହଗାମ୍‌ ଅଞ୍ଚଳରେ ସେନାର ପାଟ୍ରୋଲ୍‌ ଦଳ ଉପରକୁ ଏକ ଗ୍ରେନେଡ୍‌ ଫିଙ୍ଗା ଯାଇଥିବା କଥା ଜଣେ ପୁଲିସ ଅଧିକାରୀ କହିଛନ୍ତି।

ଜୈସ୍‌-ଏ-ମହମ୍ମଦ୍‌ ଏ ଆକ୍ରମଣ କରିଥିବା କଥା କହିଛି।

ସେଠାରେ କର୍ଡନ୍‌ ଅଫ୍‌ ଚାଲିଛି ବୋଲି ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର