ନୂଆଦିଲ୍ଲୀ : ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ପୁଲ୍ୱାମାରେ ଏନ୍କାଉଣ୍ଟର ଜାରି ରହିଛି। ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି। ଏନ୍କାଉଣ୍ଟର ବେଳେ ୨ରୁ ୩ ଜଣ ଆତଙ୍କବାଦୀ ଫସି ରହିଛନ୍ତି ବୋଲି ଜଣାପଡ଼ିଛି। ସେହିଭଳି ସେନା ଓ ଜମ୍ମୁ-କାଶ୍ମୀର ପୁଲିସ ମିଳିତ ଭାବେ ଅନନ୍ତନାଗର ଗସିଗୁଣ୍ଡଠାରେ ବୋମା ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି। ବାରାମୁଳାରୁ ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
ପୁଲୱାମାରେ ଏନ୍କାଉଣ୍ଟର : ଜଣେ ଆତଙ୍କବାଦୀ ନିପାତ, ବାରାମୁଳାରୁ ୩ ଗିରଫ
/sambad/media/post_attachments/wp-content/uploads/2019/11/encounter.jpg)