ଗୋଟିଏ ପରୀକ୍ଷାରୁ ଜଣଙ୍କ ସାମର୍ଥ୍ୟ ଜଣାପଡ଼େନା: ମୋଦୀ

ନୂଆଦିଲ୍ଲୀ : ସିବିଏସ୍‌ଇ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ଦିନ ପ୍ରକାଶ ପାଇଛି। ପରୀକ୍ଷା ଫଳ ଆସିବାପରେ ମୋଦୀ ଶୁକ୍ରବାର ଦିନ ଟ୍ବିଟ୍‌ ମାଧ୍ୟମ‌ରେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେ‌ବେ ପରୀକ୍ଷାରେ ଯେଉଁମା‌ନେ ଭଲ କରିନାହାନ୍ତି ମୋଦୀ ସେମାନଙ୍କୁ ଆଶ୍ବାସନା ଦେଇଛନ୍ତି ଏବଂ ଆଗକୁ ବଢ଼ିବାପାଇଁ ପ୍ରେରଣା ଦେଇଛନ୍ତି।

ମୋଦୀ କହିଛନ୍ତି, କିଛି ଛାତ୍ରଛାତ୍ରୀ ସେମାନଙ୍କ ପରୀକ୍ଷା ଫଳକୁ ନେଇ ଆଦୌ ଖୁସି ନାହାନ୍ତି। କିନ୍ତୁ ସେମାନେ ଜାଣିବା ଉଚିତ ଯେ ଗୋଟିଏ ପରୀକ୍ଷା କେବେହେଲେ କାହାର ସାମର୍ଥ୍ୟର ସଂଜ୍ଞା ନିରୂପଣ କରିପାରିବ ନାହିଁ। ମୋଦୀ କହିଛନ୍ତି, ମୁଁ ନିଶ୍ଚିତ ଯେ ଆଗାମୀ ଦିନରେ ସେମାନଙ୍କୁ ଅଧିକ ସଫଳତା ମିଳିବ। ମୋଦୀ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବାପାଇଁ ପ୍ରେରଣା ଦେଇଛନ୍ତି। ମୋଦୀ ମଧ୍ୟ ଚଳିତ ବର୍ଷ ‘ପରୀକ୍ଷା ପେ ଚର୍ଚ୍ଚା’ର ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ମୋଦୀ ଛାତ୍ରଛାତ୍ରୀଙ୍କୁ କହୁଛନ୍ତି, ଯାହା ତୁମ ଦ୍ବାରା ‌ହେଉନାହିଁ ସେଥିପାଇଁ ବ୍ୟସ୍ତ ହୁଅନାହିଁ। ନିଜର ସାମର୍ଥ୍ୟ ଉପରେ ଫୋକସ୍‌ କର। ଅନ୍ୟ କାହାକୁ ଅନୁକରଣ କରି ଶେଷ ସମୟରେ ରୁଟିନ୍‌ ବଦଳାଅ ନାହିଁ। ବିନା ଚାପ‌ରେ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ।

ସମ୍ବନ୍ଧିତ ଖବର