ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟରେ ଏବେ ପଦୋନ୍ନତି କ୍ଷେତ୍ରରେ ଏସ୍ସି/ଏସ୍୍ଟିଙ୍କ ପାଇଁ ସଂରକ୍ଷଣ ମାମଲା ସହିତ ସଂପୃକ୍ତ ୧୨ ବର୍ଷ ପୁରୁଣା ନାଗରାଜ ରାୟ ଉପରେ ଶୁଣାଣି ଚାଲିଛି । କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟରେ କହିଛନ୍ତି ଯେ ୨୦୦୬ ନାଗରାଜ ରାୟ ଆଧାରରେ ଏସ୍୍ସି/ଏସ୍ଟିଙ୍କ ପାଇଁ ପଦୋନ୍ନତିରେ ସଂରକ୍ଷଣ ବ୍ୟବସ୍ଥା ଅଟକି ଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ଯୁକ୍ତି ଉପସ୍ଥାପନ କରି କହିଥିଲେ, ଏଭଳି ସଂରକ୍ଷଣ ଠିକ୍ କି ଭୁଲ୍ ସେ ନେଇ ସେ ଟିପ୍ପଣି କରିବେ ନାହିଁ, କିନ୍ତୁ ଦେଶରେ ଆଦିବାସୀ ହରିଜନ ଶ୍ରେଣୀ ଦୀର୍ଘ ୧ ହଜାର ବର୍ଷ ଧରି ଅବହେଳା ଓ ଉପେକ୍ଷାର ଶିକାର ହୋଇ ଆସିଛନ୍ତି। ସମ୍ବିଧାନ ପୀଠ ଏହି ସଂରକ୍ଷଣ ମାମଲାରେ ସମୀକ୍ଷା କରିବା ଜରୁରୀ ବୋଲି ସେ କହିଥିଲେ। ଯେଉଁମାନେ ଏସ୍ସି/ଏସ୍୍ଟି ଆଧାରରେ ଚାକିରି ପାଇଛନ୍ତି ସେମାନଙ୍କୁ ପଦୋନ୍ନତି କ୍ଷେତ୍ରରେ ଅଧିକ ଡାଟା ଉପସ୍ଥାପନ କରିବାର ଆବଶ୍ୟକତା ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ସୁପ୍ରିମ୍ କୋର୍ଟ କହିଥିଲେ ଯେ ୨୦୦୬ ନାଗରାଜ ରାୟ ଆଧାରରେ ଯେଉଁ କ୍ଷେତ୍ରରେ ଏହି ବର୍ଗଙ୍କ ପ୍ରତିନିଧିତ୍ୱ କମ୍ ରହିଥିବ ଏବଂ ପ୍ରଶାସନକୁ ସଦୃଢ଼ୁ କରିବା ପାଇଁ ଏହାର ଆବଶ୍ୟକତା ରହିଥିବ ସେଠାରେ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବ।
‘ଏସ୍ସି/ଏସ୍ଟି ହଜାରେ ବର୍ଷ ଧରି ପଛୁଆ’
ପଦୋନ୍ନତିରେ ସଂରକ୍ଷଣ
/sambad/media/post_attachments/wp-content/uploads/2018/08/Supreme-Court-on-NRC.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)