ବିଶାଳ ଘର ପଡ଼ିଛି ଖାଲି , କରୋନାର ଦ୍ବିତୀୟ ଲହର ୨୪ଦିନରେ ଏହି ପରିବାରର ଆଠଜଣ ସଦସ୍ୟଙ୍କ ନେଇଛି ମୁଣ୍ଡ

ଲକ୍ଷ୍ମୌ: ଲ‌କ୍ଷ୍ମୌ ସୀମାନ୍ତରେ ଥିବା ଇମାଲିଆ ପୁରଭାରେ ଯାଦବ ପରିବାରର ୮ଟି କୋଠରୀ ବିଶିଷ୍ଟ ବିଶାଳ ଘର ଖାଲି ପଡ଼ିଛି। ଏକ ବର୍ଷ ପୂର୍ବେ କୋଭିଡ ମହାମାରୀର ଦ୍ୱିତୀୟ ଲହର ୨୪ଦିନରେ ଏହି ପରିବାରର ଆଠ ଜଣ ସଦସ୍ୟଙ୍କ ଜୀବନ ନେଇଥିଲା। କରୋନା ଭାଇରସ ହେତୁ ଦୁଇ ଭଉଣୀ, ୪ ଭାଇ, ସେମାନଙ୍କ ମା ଏବଂ ଖୁଡ଼ିଙ୍କର ମୃତ୍ୟୁ ହୋଇଥିଲା। କିଛି ସଦସ୍ୟ ଘରୋଇ ଡାକ୍ତରଖାନାରେ ଅମ୍ଳଜାନ ଅଭାବରୁ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟମାନଙ୍କ ମୃତ୍ୟୁ ଘରେ ହୋଇଥିଲା।

ସୀମା ସିଂ ଯାଦବଙ୍କ ସ୍ୱାମୀ ୪୫ ବର୍ଷିୟ ନିରନକାର ସିଂ ଜଣେ କୃଷକ ଥିଲେ। ଗତ ବର୍ଷ ଏପ୍ରିଲ ୨୫ ରେ ଡାକ୍ତରଖାନାରେ ଭର୍ତ୍ତି ହେବାର  ୬ଦିନ ମଧ୍ୟ‌ରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ସୀମା ସେଦିନର କଥାକୁ ମନେ ପକାଇ କାନ୍ଦି କାନ୍ଦି କହିଛନ୍ତି, ‘ସେ ଚିତ୍କାର କରୁଥିଲେ ଏବଂ ଅମ୍ଳଜାନ ଗ୍ୟାସର ଆବଶ୍ୟକ କରୁଥିଲେ। ସେ ମୋତେ କାନ୍ଦିକାନ୍ଦି  ଡାକ୍ତରଙ୍କ ପାଖକୁ ଯାଇ ଅମ୍ଳଜାନ ବ୍ୟବସ୍ଥା କରିବାକୁ ବାରମ୍ବାର ଅନୁରୋଧ କରୁଥିଲେ। ମୁଁ ଡାକ୍ତରଖାନାରେ ସ୍ବାମୀଙ୍କୁ ଅକ୍ସିଜେନ ପାଇଁ ଡାକ୍ତରଙ୍କୁ ବହୁତ ଅନୁରୋଧ କରିଥିଲି। କିନ୍ତୁ ସେ ମୋର କୌଣସି ପ୍ରକାର ସାହାଯ୍ୟ କରି ନଥିଲେ।

ସ୍ମାମୀଙ୍କ ମୃତ୍ୟୁ ପରେ ଦିନକାଟିବା ବହୁତ କଷ୍ଟ ହୋଇଯାଇଛି। ମୁଁ ତ କେବେ ଠାରୁ ମରି ସାରନ୍ତିଣି। କିନ୍ତୁ ପିଲାଙ୍କ ପାଇଁ ଜୀବିତ ରହିଛି। ତାଙ୍କୁ ମୋତେ ମଣିଷ କରିବାର ଅଛି। ଏପରି ଭାବେ କରୋନା ଦ୍ବିତୀୟ ଲହର ୨୪ଦିନରେ ମୋର ପରିବାରର ୮ଜଣ ସଦସ୍ୟଙ୍କ ମୁଣ୍ଡ ନେଇ ଯାଇଥିଲା।

ସମ୍ବନ୍ଧିତ ଖବର