ଚଣ୍ଡୀଗଡ଼:ଜଣେ ଯୁବକ ନିଜ ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ଏଭଳି ଏକ ହୃଦୟ ବିଦାରକ ଘଟଣା ପଞ୍ଜାବର ନାଥୁବଲ ଗାଁରେ ଏଭଳି ଏକ ହତ୍ୟାକାଣ୍ଡ ଘଟିଯାଇଛି | ମିଳିଥିବା ସୂଚନା ମୁତାବକ ୨୭ ବର୍ଷୀୟ ଯୁବକ ସନ୍ଦୀପ ସିଂ ନିଜ ଜେଜେ ମା, ବାପା, ମାଆ, ଭଉଣୀ ଓ ଭାଣିଜୀକୁ ଗୁଳି କରି ହତ୍ୟା କରିଥିଲା | ଏହାପରେ ନିଜକୁ ଗୁଳିମାରି ଆତ୍ମହତ୍ୟା କରିଥିଲା | ତେବେ ଏହି ଗୁଳିକାଣ୍ଡରେ ଗୁରୁତର ଆହତ ହୋଇ ଜେଜେ ଜଣକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି |

Advertisment

publive-image Odisha Sun Times

ତେବେ ଏହି ଅଭାବନୀୟ କାଣ୍ଡ ପଛର କାରଣ ଜଣାପଡିନାହିଁ | ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ପାରିବାରିକ କଳହ ଯୋଗୁଁ ଏପରି ଘଟିଥିବାର ପଡୋଶୀ କହିଛନ୍ତି |

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଗତକାଲି ହଠାତ ସନ୍ଦୀପଙ୍କ ଘରୁ ଲଗାତାର ଗୁଳିମାଡ଼ର ଶବ୍ଦ ଶୁଣିବାକୁ ମିଳିଥିଲା ତେବେ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଘରର ମୁଖ୍ୟ ଗୁରୁତର ଆହତ ହୋଇଥିବାର ଦେଖିବାକୁ ମିଳିଥିଲା | ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା |