ନୂଆଦିଲ୍ଳୀ: ଅଏଲ୍ ଆଣ୍ଡ୍ ନେଚୁରାଲ୍ ଗ୍ୟାସ୍ (ଓଏନ୍ଜିସି)ର ଏକ ହେଲିକପ୍ଟର ମଙ୍ଗଳବାର ଆରବ ସାଗରର ଏକ ତୈଳ କୂପ ନିକଟରେ ଜରୁରୀକାଳୀନ ଅବତରଣ କରିଛି। ହେଲିକପ୍ଟରଟି ଅବତରଣ କରିବା ପରେ ଏବେ ସୁଦ୍ଧା ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ହେଲିକ୍ଟର ମଧ୍ୟରେ ସମୁଦାୟ୯ ଜଣ ଲୋକ ଥିଲେ ବୋଲି ସୂଚନା ରହିଛି। ୯ ଜଣଙ୍କ ମଧ୍ୟରୁ ୨ ଜଣ ପାଇଲଟ୍ ଥିଲେ। ହେଲିକପ୍ଟରଟି ଅବତରଣ କରିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
Six persons have been rescued so far. https://t.co/iBVPTkgDJQ
— Oil and Natural Gas Corporation Limited (ONGC) (@ONGC_) June 28, 2022
ତେବେ କେଉଁ କାରଣରୁ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଛି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଆରବ ସାଗରରେ ଓଏନ୍ଜିସିର ଅନେକ କାରଖାନା ଓ ଇନ୍ଷ୍ଟଲେସନ୍ ରହିଛି। ଯାହା ସମୁଦ୍ର ତଳେ ଥିବା ଜଳଭଣ୍ଡାରରୁ ତୈଳ ଏବଂ ଗ୍ୟାସ୍ ଉତ୍ପାଦନ କରିଥାଏ।