ମୁମ୍ବାଇ, ୨୮/୬: ତୈଳ ଓ ପ୍ରାକୃତିକ ବାଷ୍ପ ଆୟୋଗ (ଓଏନ୍ଜିସି)ର ଏକ ହେଲିକପ୍ଟର ମଙ୍ଗଳବାର ସକାଳେ ବମ୍ବେ ଉପକୂଳରୁ ୬୦ ନଟିକାଲ ମାଇଲ (ପ୍ରାୟ ୧୧୧ କିମି) ଦୂରରେ ଆରବ ସାଗରରେ ଖସିପଡ଼ିବା ଯୋଗୁ ଏଥିରେ ଥିବା ୯ ଜଣ ଲୋକଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଓଏନ୍ଜିସିର ପବନହଂସ ହେଲିକପ୍ଟରରେ ୨ ଜଣ ବିମାନ କର୍ମଚାରୀ ଓ ୭ ଜଣ ଓଏନ୍ଜିସି କର୍ମଚାରୀ ଥିଲେ। ରେସ୍କ୍ୟୁ ଅପରେସନରେ ୩ ଜଣ ଓଏନ୍ଜିସି କର୍ମଚାରୀ ଏବଂ ୨ ଜଣ ବିମାନ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇପାରିଥିଲା ଏବଂ ଓଏନ୍ଜିସିର ୪ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ ଶରୀରଗୁଡ଼ିକୁ କୁପର ହସ୍ପିଟାଲ ନିଆଯାଇଥିବା ଜୁହୁ ବିମାନବନ୍ଦର ନିର୍ଦ୍ଦେଶକ ଏକେ ବର୍ମା କହିଛନ୍ତି।
ପୂରା ନୂଆ ସିକୋର୍ସ୍କି ଏସ୍୭୬ଡି ହେଲିକପ୍ଟରଟି ପବନହଂସ ଦ୍ବାରା ପରିଚାଳିତ ହେଉଥିଲା। କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏହାକୁ ଆରବ ସାଗରରେ ଜରୁରୀ ଅବତରଣ କରିବାକୁ ପଡ଼ିଲା। କୋଷ୍ଟଗାର୍ଡ ମହାନିର୍ଦ୍ଦେଶକ ଜେନେରାଲ ବୀରେନ୍ଦ୍ର ପଠାନିଆଙ୍କ କହିବା ଅନୁସାରେ ଉଦ୍ଧାର କାର୍ଯ୍ୟ ପାଇଁ ଡାମନ ବିମାନଘାଟିରୁ ଡୋର୍ନିୟର ବିମାନ ପହଞ୍ଚିଥିଲା। ଏକ ସି କିଙ୍ଗ ହେଲିକପ୍ଟର ମଧ୍ୟ ତାଲିମପ୍ରାପ୍ତ ବୁଡ଼ାଳିମାନଙ୍କ ସହ ଉଦ୍ଧାର କାର୍ଯ୍ୟ ପାଇଁ ପହଞ୍ଚିଥିଲା। କୋଷ୍ଟଗାର୍ଡ ମୁଖପାତ୍ରଙ୍କ କହିବା ଅନୁସାରେ ମେରାଇନ୍ ରେସ୍କ୍ୟୁ କୋ-ଅର୍ଡିନେସନ ସେଣ୍ଟର (ଏମ୍ଆର୍ସିସି) ଦ୍ବାରା ଓସେନ ସପର୍ଟ ଜାହାଜ ମାଲଭିଆ ୧୬କୁ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯାଇଥିଲା, ଯେଉଁମାନେ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ଆଉ ଏକ ଜାହାଜ ମଧ୍ୟ ମୁମ୍ବାଇରୁ ପଠାଯାଇଥିଲା। ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ୯ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଥିଲା ଓ ଅନ୍ୟ ୪ ଜଣଙ୍କର ମୃତ୍ୟୁ ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/fshsfhfshfsfhshf.jpg)