ନୂଆଦିଲ୍ଲୀ :ତୈଳ ଓ ପ୍ରାକୃତିକ ଗ୍ୟାସ୍ କର୍ପୋରେସନ(ଓଏନ୍ଜିସି) ଏବଂ ‘ଦ ଭୁବନେଶ୍ୱର ବାର୍ଡ ଓ୍ଵାକ୍’ର ମିଳିତ ସହଯୋଗରେ ଆଜି ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ହବିଟାଟ୍ ସେଣ୍ଟରଠାରେ ‘ମଙ୍ଗଳାଯୋଡି ଇନ୍ହେରିଟାନ୍ସ’ ଶୀର୍ଷକ ଚିଲିକା ସମ୍ପର୍କୀତ ଆଲୋଚନାଚକ୍ର ଓ ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ପେଟ୍ରାଲିୟମ୍ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିଲେ। ଚିଲିକା ହ୍ରଦର ସଂରକ୍ଷଣ ଓ ସାମାଜିକ ବିକାଶ ପାଇଁ ଓଏନ୍ଜିସି, ଓଡ଼ିଶା ସରକାର ଓ ୟୁନେସ୍କୋ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇ ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପ୍ରଥମ ମାନ୍ୟତା ଦିଆଯିବ ସେନେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ମନ୍ତ୍ରୀ ପ୍ରଧାନ କହିଥିଲେ। ଏହି ଆଲୋଚନାଚକ୍ରରେ ଜାପାନ ରାଷ୍ଟ୍ରଦୂତ କେନ୍ଜି ହିରାମାତାସୁ, ଓଏନ୍ଜିସି ସିଏମ୍ଡି ଶଶୀ ଶଙ୍କର,ବିଶିଷ୍ଠ ପରିବେଶବିତ୍ ବିକ୍ରମ ଗ୍ରେଓ୍ଵାଲ,ଓଏନ୍ଜିସି ନିର୍ଦ୍ଦେଶକ ଡି.ଡି.ମିଶ୍ର, ଚିଲିକାର ପୂର୍ବତନ ସିଇଓ ଡ଼ଃ ଅଜିତ୍ ପଟ୍ଟନାୟକ ତଥା ପରିବେଶବିତ୍ ଓ ଲେଖିକା ନେହା ସିହ୍ନା ଯୋଗଦେଇ ଚିଲିକା ହ୍ରଦର ବିଶେଷତ୍ୱ, ସଂରକ୍ଷଣ ଓ ସାମଗ୍ରୀକ ବିକାଶକୁ ନେଇ ସେମାନଙ୍କର ମତ ରଖିଥିଲେ। ଏହି ପ୍ରଦର୍ଶନୀରେ ଅନେକ ପରିବେଶବିତ୍, ସାମଜିକ କର୍ମୀ ଓ ବୁଦ୍ଧିଜୀବୀ ମଧ୍ୟ ଉପସ୍ଥିତ ଥିଲେ।
ନୂଆଦିଲ୍ଲୀରେ ଚିଲିକା ସମ୍ପର୍କିତ ଆଲୋଚନାଚକ୍ର ଓ ଫଟୋ ପ୍ରଦର୍ଶନୀ
/sambad/media/post_attachments/wp-content/uploads/2018/01/chiliak.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)