ନୂଆଦିଲ୍ଲୀ: ପିଆଜ ଦରକୁ ନେଇ ଏବେ ସାରା ଦେଶରେ ଖାଉଟି ଚିନ୍ତାରେ ପଡ଼ିଯାଇଛନ୍ତି । ଦେଶର କେତେକ ସହରରେ ପିଆଜ ଦର ୧୦୦ ଟଙ୍କା ଛୁଇଁଛି । ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାର ଏହାକୁ ନେଇ କେନ୍ଦ୍ର ସରକାରଙ୍କ ମୁଣ୍ଡବ୍ୟଥା ବଢିଯାଇଛି । କିନ୍ତୁ ଆଗାମୀ ମାସେ ପୂର୍ବରୁ ପିଆଜ ଦର କମିବାର ସମ୍ଭାବନା କମ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

Advertisment

ଇକନୋମିକ୍ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆସନ୍ତା ଅତି କମରେ ଏକ ମାସ ପୂର୍ବରୁ ପିଆଜ ଦର କମିବାର ସମ୍ଭାବନା ନାହିଁ । ଏହାର କାରଣ ହେଉଛି ସରକାର ପିଆଜ ଉପରେ ଲାଗୁ ରପ୍ତାନି ଶୁଳକକୁ ହଟାଇ ଦେଇଛନ୍ତି । ପୂର୍ବରୁ ପିଆଜ ରପ୍ତାନି ଉପରେ ୪୦ ପ୍ରତିଶତ ଶୁଳକ ଲାଗୁଥିଲା, ଏହାକୁ ଉଠାଇ ଦିଆଯିବା ପରେ ଘରୋଇ ବଜାରରେ ବିକ୍ରି କରିବା ଅପେକ୍ଷା ବିଦେଶକୁ ରପ୍ତାନି କରିବା ଅଧିକ ଲାଭଜନକ ହେଉଛି । ଏହି କାରଣରେ ଘରୋଇ ବଜାରରେ ଦର ବଢୁଛି ।

ଅବଶ୍ୟ ନିକଟରେ ସରକାର ପିଆଜ ରପ୍ତାନିକୁ ନିୟନ୍ତ୍ରଣ କରିବାକୁ ସର୍ବନିମ୍ନ ରପ୍ତାନି ଦର ଧାର୍ଯ୍ୟ କରିଛନ୍ତି । କିନ୍ତୁ ଏହା ପିଆଜ ଦର କମାଇବାରେ ସେତେଟା ସହାୟକ ହୋଇପାରୁନାହିଁ ।

ତେବେ ଆସନ୍ତା କିଛି ସପ୍ତାହ ମଧ୍ୟରେ ପିଆଜର ଖରିଫ ଫସଲ ଆସିବା ପରେ ଦର କମିବା ଆରମ୍ଭ କରିବ ।