ଦର ବୃଦ୍ଧି ରୋକିବାକୁ ପିଆଜ ଆମଦାନି ପାଇଁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପିଆଜ ଦର ବଢ଼ି ବଢ଼ି ଚାଲିଛି ବରଂ କମିବାର ନାଁ ଧରୁନି। ପିଆଜର ଅଭାବ ହେତୁ ଦର ତଳକୁ ଖସୁନାହିଁ। ବଜାରରେ ପିଆଜ ପ୍ରଚୁର ମାତ୍ରାରେ ଉପଲବ୍ଧ ହେଲେ ଯାଇ ଦର କମିବ ବୋଲି ଅନୁଭବ କରି କେନ୍ଦ୍ର ସରକାର ବାହାରୁ ପିଆଜ ଆମଦାମୀ ପାଇଁ ଚିନ୍ତା କରିଛନ୍ତି।

ଜାଣିବାକୁ ମିଳିଛି ଯେ ରାଜ୍ୟ ସ୍ତରୀୟ ଏମ୍‌ଏମ୍‌ଟିସି ଅକ୍ଟୋବର ଶେଷ ସୁଦ୍ଧା ଟନ୍‌ ପିଛା ୩୫୨ ଡଲାର ଦେଇ ୨୦୦୦ ଟନ୍‌ ପିଆଜ ଆମଦାମୀ ପାଇଁ ବରାଦ କରିଛି। ଦେଶର ଅନେକ ସ୍ଥାନରେ ପିଆଜ ଦର ୮୦ ଛୁଇଁଥିବା ହେତୁ ଏପରି ନିଷ୍ପତ୍ତି ନିଆଯାଇଛି।

(Photo Credits: IANS)

ଦେଶର ବୃହତ୍‌ ହୋଲ୍‌ସେଲ୍‌ ବଜାର ଏଏମ୍‌ପିସିରେ ପିଆଜ ଦର ବୃଦ୍ଧି ପାଇବା ପରେ ସାରା ଦେଶରେ ଏହାର ପ୍ରଭାବ ପଡ଼ିଛି। ଗତ ମାସ ଏହି ହୋଲ୍‌ସେଲ୍‌ ବଜାରରେ ପିଆଜର ଦର କୁଇଣ୍ଟାଲ୍‌ ପିଛା ୧୦୦୦ ଟଙ୍କା ରହିଥିଲା, ଯାହାକି ଗତ ୪ ବର୍ଷ ମଧ୍ୟରେ ସର୍ବାଧିକ। ଏହା ପୂର୍ବରୁ ୨୦୧୫ ମସିହାରେ କୁଇଣ୍ଟାଲ୍‌ ପିଛା ପିଆଜ ଦର ୪୩୦୦ ଟଙ୍କା ଛୁଇଁଥିଲା।

ସମ୍ବନ୍ଧିତ ଖବର